କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ
ହିନ୍ଦୁ ଧର୍ମ,ପରମ୍ପରାର
ପବିିିତ୍ରତାର ପ୍ରତୀକ ।
ପ୍ରାତଃ ସ୍ନାନ ,ମଙ୍ଗଳ ଆରତୀ
ଆମିଷ ବର୍ଜନ ,ହବିଷ
ମନରେ ଆଣି ଦିଏ ସାତ୍ତ୍ଵିକ ଭାବନା ,
ଭକ୍ତିମୟ ହୋଇ ଉଠେ ପରିିିବେଶ ।
ପୂର୍ଣ୍ଣିମାର ପାହାନ୍ତିିରେ
ଡ଼ଙ୍ଗା ଭସା ମନେ ପକାଏ
ସାଧବ ପୁଅର ବୋଇତ ବନ୍ଦାଣ l
ଚଉରା ମୂଳେ ମୁୁୁରୂଜର ଛବି
ଦିଶେ କେଡ଼େ ମନୋହର
ପୂଜା ନୈବେଦ୍ୟର ବାସ୍ନା
ରେ ମହକି ଉଠେ ମନ ।
ରାସ ବେଦୀରେ ରାଧା ମୋହନ ଙ୍କ
ରାସଲୀଳା ରେ ଉଛୁଳି ପଡେ
ଭକ୍ତ ଙ୍କ ର ପ୍ରାଣ ....
