STORYMIRROR

Durjyodhan Barik

Children

3  

Durjyodhan Barik

Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
196


ବରଷକ ବାର  ମାସର ମଧ୍ୟରୁ

    କାର୍ତ୍ତିକଟି ଧର୍ମ ମାସ ,

କୃଷ୍ଣ ପ୍ରତିପଦା   ତିଥିରୁ ଆରମ୍ଭ

    ପୂର୍ଣ୍ଣିମାରେ ହୁଏ ଶେଷ ।


ଏହି ମାସ ଦେବ ଉତ୍ଥାନ ହୁଅନ୍ତି

     ସମାପନ ଚତ୍ତୁର୍ମାସ ,

ପୂର୍ଣ୍ଣିମାରେ ପ୍ରଭୁ ଦରଶନ ଦେବେ

    ରାଜ ରାଜେଶ୍ଵର ବେଶ ।


ପ୍ରଭାତ ପ୍ରହରେ  ବାସି କାମ ସାରି

     ନଦୀରେ କରନ୍ତି ସ୍ନାନ,

ପାନ ଗୁଆ ଥୋଇ  ଆ କା ମା ବୈ କହି

     ଡଙ୍ଗା ଭସାଅନ୍ତି ଜନ ।


ନଦୀରୁ ଫେରିଲେ  ଚଉରା ମୂଳରେ

      ମୂରୁଜ ପକାନ୍ତି ଜାଣ,

ତୁଳସୀ ମାତାଙ୍କୁ   ପୂଜାର୍ଚ୍ଚନା ଦେଇ

     କରିଥାନ୍ତି ସମର୍ପଣ । 


ମନ୍ଦିର ଯାଆନ୍ତି   ବିଗ୍ରହ ପୂଜନ୍ତି

    ନିଜ ପୁଣ୍ୟ ଫଳ ପାଇଁ,

ଶୁଭ ମନାସନ୍ତି   ପରିବାର ସୁଖ

    ରଖିବେ ଜଗତ ସାଇଁ ।




Rate this content
Log in

Similar oriya poem from Children