କାର୍ତ୍ତିକ ପୁର୍ଣିମା
କାର୍ତ୍ତିକ ପୁର୍ଣିମା
- ମାସ ମଧ୍ୟେ ସାର ପବିତ୍ର କାର୍ତ୍ତିକ
- ଭକ୍ତି ଭାବେ ଯେ କରଇ
- ନର୍କ କୁଣ୍ଡେ ଥାଇ ମୋକ୍ଷ ପ୍ରାପ୍ତ ହୋଇ
- ବୈକୁଣ୍ଠ ଲାଭ ହୁଅଇ ||
- ଅବନ୍ତି ନଗରେ ବ୍ରାହ୍ମଣ ବସତି
- ଧନେଶ୍ୱର ନାମ ଜାଣ
- ଚଣ୍ଡାଳ ବୋଲିଣ ସେହି ଯେ ବ୍ରାହ୍ମଣ
- ନିଷ୍ଠାରେ କଲା ପାଳନ ||
- ନର୍ମଦା ନଦୀର କୂଳରେ ରହିଣ
- ପାଳିଲା କାର୍ତ୍ତିକ ବ୍ରତ
- ଚିତ୍ତକୁ ପବିତ୍ର ଶୁଦ୍ଧତା କରିଣ
- ହୋଇଲା ବୈକୁଣ୍ଠ ପ୍ରାପ୍ତ ||
- ପ୍ରାତଃ ସ୍ନାନ ସାରି ଭକ୍ତି ଭରେ ପୁଜି
- ତୁଳସୀ ଚଉରା ଲିପି
- ଧୂପ, ଦୀପା, ପୁଷ୍ପ, ମୁରୁଜ ସ୍ଥାପିଣ
- ଦାମୋଦରଙ୍କୁ ସମର୍ପି ||
- ତୁଳସୀ ମୂଳରେ ପ୍ରଦକ୍ଷିଣ ସାରି
- ଲଭେ ସାତ୍ତ୍ଵିକ ଲକ୍ଷଣ
- ଏକାଦଶୀ ବ୍ରତ ପାଳନ କରିଣ
- ବୈକୁଣ୍ଠ ଲଭିବ ପୁଣ ||
- କାର୍ତ୍ତିକ ବ୍ରତକୁ ନିଷ୍ଠା ସହ ପାଳି
- ଆପ୍ରୁତିକ ପୁତ୍ର ଦାନ
- ଶାକାହାରୀ ହୋଇ କାର୍ତ୍ତିକ ମାନଇ
- ରୋଗ ଶୋକ ହୁଏ ଲୀନ ||6
- ତୁଳସୀ ମୂଳରେ ଦାମୋଦର ମୂର୍ତ୍ତି
- ଥାପିଣ କରିବୁ ବ୍ରତ
- ହବିଷ୍ୟ ବ୍ୟଞ୍ଜନ ରନ୍ଧନ କରିଣ
- ହୃଦ ରଖିବ ପବିତ୍ର ||
- ରାଧାକୃଷ୍ଣ ନାମ ଚିତ୍ତେ ରଖି ମନ
- ତୁଳସୀ କରି ପୂଜନ
- ତୁଳସୀର ପତ୍ରେ ଦେବତା ବସତି
- ହେବ ତୋ ଜୀବନ ପୂର୍ଣ୍ଣ ||
- ହବିଷ୍ୟ ବ୍ୟଞ୍ଜନ କରି ନୀତି ଦିନ
- ମସ୍ତିଷ୍କ ହୁଏ ଶୁଦ୍ଧତା
- କଣ୍ଠରେ ତୁଳସୀ ମାଳାକୁ ପିନ୍ଧିଣ
- ଶରୀର ରହେ ସୁସ୍ଥତା ||
- ପ୍ରଭୁ ଦାମୋଦର କରିଣ ସ୍ମରଣ
- ଚିତ୍ତକୁ କରି ସଂଲଗ୍ନ
- ଅନେକ ଜନ୍ମର ପାପ କ୍ଷୟ ହେବ
- ପ୍ରାପ୍ତ ହେବ ଶ୍ରେଷ୍ଠ ଜନ୍ମ ||
- ଦୁଖୀ ରଙ୍କି ଦେଖି ଦାନ କରୁଥିବ
- କହିବ ମିଷ୍ଟ ବଚନ
- କାମନା ବାସନା ମନୁ ପୋଛିଦେଇ
- ଶ୍ରୀକୃଷ୍ଣଙ୍କ କରି ସ୍ମରଣ ||
- ପବିତ୍ରତା ମନ ଶୁଦ୍ଧତା ଜୀବନ
- ସ୍ଥିର କରି ତୁମ ମନ
- ସଦାଚର ପୂର୍ଣ୍ଣ ପାଳନ କରିଲେ
- ପ୍ରଭୁଙ୍କୁ ପାଇବ ସ୍ଥାନ ||
- କାର୍ତ୍ତିକ ପୁର୍ଣିମା ସାଧବଙ୍କ କୀର୍ତ୍ତି
- ବୋଇତ ବନ୍ଦା ଉତ୍ସବ
- ଉତ୍କଳ ସଂସ୍କୃତି ସୁନ୍ଦର ଜାଗୃତି
- ପଞ୍ଚକ ହବିଷ ଭାବ ||
