କାର୍ତ୍ତିକ ଅନୁଚିନ୍ତା
କାର୍ତ୍ତିକ ଅନୁଚିନ୍ତା
ରବିଙ୍କର ତେଜ ମଳିନ ହେଲାଣି
ବଢି ଆସିଲାଣି ଶୀତ
ସକାଳ ଗାଧୁଆ କାର୍ତ୍ତିକ ମାସରେ
ଦେହ ମନ ପାଇଁ ହିତ I
ଆଞ୍ଜୁଳାରେ ଭରି ଆଞ୍ଜୁଳାଏ ଜଳ
ସୂରୁଜଙ୍କୁ ଦିଅ ଟେକି
ପବିତ୍ର ମନରେ ଚଉରା ମୂଳରେ
ଝୋଟି ଟିଏ ଦିଅ ଆଙ୍କି I
ଧରମ ମାସରେ ଧରମ ଦେବତା
ମନ ଜାଣି ଦେବେ ଫଳ
ସବୁ ଅପ୍ରାପ୍ତିର ପ୍ରାପ୍ତି ହେବ ସଖୀ
ଲୁଚିଯିବ ମହାକାଳ I
ମନତଳେ ଯେତେ ଦୁଃଖର ବାଦଲ
ନିମିଷକେ ହେବ ଶେଷ
ଆଖିରେ ନାଚିବ କାଳିଆର ରୂପ
ତାର ମନ୍ଦ ମନ୍ଦ ହସ I

