STORYMIRROR

Tapan Kumar Biswal

Drama Inspirational Thriller

3  

Tapan Kumar Biswal

Drama Inspirational Thriller

କାରଣ ତୁମେ ଯୁବଗୋଷ୍ଠୀ

କାରଣ ତୁମେ ଯୁବଗୋଷ୍ଠୀ

1 min
11.7K

ଖୁସି ହୁଅ

କିନ୍ତୁ ଖୁସିରେ ପାଗଳ ହୁଅ ନାହିଁ

ଦୁନିଆରେ କୌଣସି ଖୁସି ଚିରସ୍ଥାୟୀ ନୁହେଁ

ଏକଥାକୁ ଭୁଲିଯାଆ ନାହିଁ

ଏହା କେବଳ କ୍ଷଣିକ ସୁଖ ମାତ୍ର ll


ଖୁସି ହୁଅ

କିନ୍ତୁ କିଛି ଏମିତି କାର୍ଯ୍ୟ କରନାହିଁ

ଯାହାକି ପଛରେ ତୁମକୁ 

ପସ୍ତେଇବା ପାଇଁ ପଡିବ

କିନ୍ତୁ ଆଉ କିଛି ନଥିବ 

ଭାବିଲା ବେଳକୁ ll


ମିଳାମିଶା କର

ସାଙ୍ଗ ସାଥିଙ୍କ ସହ

ଆଲୋଚନା କରିପାର 

ଜୀବନର ଉନ୍ନତି ନିମନ୍ତେ

ତୁମ ଜୀବନ ହୋଇପାରିବ 

ସରସ ସୁନ୍ଦର ମଧୁର

କୁସଙ୍ଗ କୁସଂସ୍କାର ଠାରୁ ଯେତେ ପାର ଦୁରେ ରୁହ

ନହେଲେ ତୁମର ଜୀବନ ମଧ୍ୟ

କଳଙ୍କିତ ହୋଇଯିବ ସେହିପରି 

ଏଥିରେ ସନ୍ଦେହ ନାହିଁ ll


ଏହା ହିଁ ପ୍ରକୃତ ସମୟ

ତୁମ ଜୀବନକୁ ଉପଯୁକ୍ତ ମାର୍ଗରେ

ଆଗକୁ ବଢ଼ିବାର

ଯଦି ଏବେ ନୁହେଁ ତ କେବେ ନୁହେଁ

କାରଣ ତୁମେ ଯୁବଗୋଷ୍ଠୀ ll


ଭୁଲକୁ ଭୁଲ କହିବା ଶିଖ

ସତ୍ୟକୁ ସାମ୍ନା କରିବା ଶିଖ

ଆସୁ ଯେତେ ଝଡ଼ ଝଞ୍ଜା 

ମିଳୁ ଯେତେ କଷ୍ଟ ଓ ଯନ୍ତ୍ରଣା

କପଟ ଦୁର୍ନୀତି ଠାରୁ ଯେତେ ପାର ଦୁରରୁହ 

ଏଥିରେ ତୁମର ହିଁ ମଙ୍ଗଳ ll


ସମସ୍ତଙ୍କୁ ଆଦର କର

ସମ୍ମାନ ସ୍ନେହ ଶ୍ରଦ୍ଧା ଦିଅ

ବଡ଼ ହୁଅନ୍ତୁ ବା ଛୋଟ

ଲୋକଦେଖାଣିଆ ଚଳିବ ନାହିଁ

ଏହି ହିଁ ଉତ୍ତମ ସଂସ୍କାର 

ତୁମେ ହିଁ ଆଣିପାରିବ ପରିବର୍ତ୍ତନ

ଉତ୍ତମ କର୍ମ ଚିନ୍ତାଧାରା ଓ ସଚେତନତା ମାଧ୍ୟମରେ

କାରଣ ତୁମେ ଯୁବଗୋଷ୍ଠୀ ll


କର୍ତ୍ତବ୍ୟ ପରାୟଣ ହୁଅ

ସମାୟାନୁବର୍ତ୍ତୀ ହୁଅ

ସଚୋଟ ହୁଅ

ସାହାଯ୍ୟକାରୀ ହୁଅ 

ସମସ୍ତଙ୍କ ପାଇଁ ଆଦରଣୀୟ ହୁଅ

କାରଣ ଏହା ହିଁ ସୁଖୀ ଜୀବନର ଅଂଶ ବିଶେଷ ll


ମୋହ ମାୟା ଲୋଭ 

ଏ ମାନଙ୍କ ପାଖରେ ସଂଯମତା ରକ୍ଷା କରିବା ପାଇଁ

ଆପ୍ରାଣ ଉଦ୍ୟମ କର

କାରଣ ଏମାନେ ମଧ୍ୟ

ନେଇପାରିବେ ତୁମକୁ 

ଜୀବନର ଭୁଲରାସ୍ତାରେ ll


ଏହାହିଁ ତୁମର ଆଗକୁ ବଢ଼ିବାର

ଉଚିତ ସମୟ

ନିଷ୍ପତ୍ତି ତୁମ ନିଜ ହାତରେ

ତୁମେ ଗଢ଼ି ତୋଳିପାରିବ ସୁନ୍ଦର ଭାବେ

ନିଜର ଆଗାମୀ ଜୀବନକୁ

ପ୍ରେରଣା ଦେଇପାରିବ 

ଆଗାମୀ ଦିନରେ ନୂଆ ପିଢିଙ୍କୁ

କାରଣ ତୁମେ ଯୁବଗୋଷ୍ଠୀ ll



Rate this content
Log in

Similar oriya poem from Drama