STORYMIRROR

Anirudha Kund

Classics

3  

Anirudha Kund

Classics

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ

1 min
17

ଲକ୍ଷ୍ମୀ ପୂଜା ଦିନ ଧରାକୁ ଆସିଲ

    ତୁମେ ସାଧକ ସାରସ୍ବତ

ପିତା ଭାଗବତ ମାତା ରାଧାମଣୀ 

    କରିଣ କୋଳ ମଣ୍ତିତ


ସେ ବୁଢା ଶଙ୍ଖାରି  ଶଙ୍ଖା ନିଅ ହୁରି

     ହୃଦ କରେ ବିଦାରିତ

ଜାତୀୟ ପତାକା ସମର ସଙ୍ଗୀତ

     ଶାଶ୍ବତ ଚିର ବନ୍ଦିତ


କାଳଜୟୀ ବନ୍ଦେ ଉତ୍କଳ ଜନନୀ

    ହୃଦକରେ ପୁଲକିତ

କବିତା ନୁହେଁ ଏ ଜାତି ମନ୍ତ୍ରଧ୍ବନି

     ଉତ୍କଳ ରାଜ୍ୟ ସଙ୍ଗୀତ


ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ଯେ ତୁମେ

    ହେ ଯଶସ୍ବୀ ଯଶୋବନ୍ତ

ପ୍ରବାଦ ପୁରୁଷ  ଘେନ ପ୍ରଣିପାତ

     କାନ୍ତକବି ଲକ୍ଷ୍ମୀକାନ୍ତ ।


Rate this content
Log in

Similar oriya poem from Classics