STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ମୋ ଛଳିଆ ଠାକୁର କାଳିଆ

ମୋ ଛଳିଆ ଠାକୁର କାଳିଆ

1 min
344

ଛଳିଆ ଠାକୁର କାଳିଆ କୁ ସିନା

ଆମେ କହୁଥାଉ ନିତି ।

ଦରିଆ କୂଳରେ ଳିଳା ଲଗାଇ ସେ 

ସଭୀଙ୍କୁ ନିଏ ସାଂଉଟି ।


ମାନବ ବାଦରେ ସେ ବଡ ଠାକୁର 

ସାମ୍ୟ ମୈତ୍ରୀ ପ୍ରିତି ଥାଏ ।

ଭକ୍ତ ଭଗବାନ ଏକାଠି ଯେଉଁଠି 

ବିଶ୍ବ ଯାର ନାମ ଗାଏ |


କିଏ ସେ କେବେ କି କଳନା କରିଛି 

କେତେ ତାକୁ ପାଏ ଭଲ ।

ପାରିଛି ଜିଣି କେ କାଳିଆ ସୁନାକୁ 

ବାନ୍ଧିବାକୁ ତାର ମନ ।


ଭାରି ମନୁଆ ସେ ମନମୋହନିଆ 

କରି ଜାଣିଛି କିମିଁଆ ।

ଯେଉଁଠି ଥିଲେ ବି ସେ ତୋର ନିଜର 

ନିତି ଲାଗେ ନୁଆ ନୁଆ ।



Rate this content
Log in

Similar oriya poem from Classics