Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

କାନ୍ଦୁଛି ଲଣ୍ଠନ

କାନ୍ଦୁଛି ଲଣ୍ଠନ

1 min
190



ହଜି ତ ଗଲାଣି ଲଣ୍ଠନର ଜ୍ୟୋତି

   ଜରାଜୀର୍ଣ୍ଣ ତା ଅବସ୍ଥା

ସିଏ ପରିତ୍ୟକ୍ତ ଅଲୋଡା ଦୁଃଖିତ

   କପାଳଟା ତାର ଫଟା ।


ସେନେହ ଶରଧା ତଇଳ ସଳିତା

    ତା ପାଇଁ ଏବେ ଦୁର୍ଲ୍ଲଭ

ଭାଙ୍ଗି ତ ଗଲାଣି  ସ୍ୱଚ୍ଛତା ପ୍ରଚକ୍ଷୁ

    ତାକୁ ହେଉନାହିଁ ଦୃଶ୍ୟ ।


ଉଜ୍ଜ୍ୱଳ ଆଲୋକ ରୂପ ଓ ରୋଷଣୀ

    ଆଭିଜାତ୍ୟ ଚାକଚକ୍ୟ

ପଚାରୁଛି କିଏ  ବୟସାଧିକ୍ୟଙ୍କୁ

    ଅବହେଳିତ ବାର୍ଦ୍ଧକ୍ୟ ।


ଆବର୍ଜନା ପାଇଁ ଗୃହେ ନାହିଁ ବାସ

    ସ୍ଥାନ ତା ଅଳିଆ ଗଦା

ଝୁରି ମରି ନିତି  କାଟିବ ସେ ଦିନ

    ଦୁର୍ଭାଗ୍ୟ ଅଟଇ ଜରା !


କାନ୍ଦୁଛି ଲଣ୍ଠନ କାନ୍ଦୁଛି ବିଧାତା

    କାନ୍ଦୁଛନ୍ତି ବୃଦ୍ଧବୃଦ୍ଧା

ଘନ ଅନ୍ଧକାର  ଏ ଅପସଂସ୍କାର

    କୁଳକୁ ସଙ୍କଟ ବାଧା ।



Rate this content
Log in

Similar oriya poem from Tragedy