STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାନ୍ଦୁଛି ଭାରତ ମାତା

କାନ୍ଦୁଛି ଭାରତ ମାତା

1 min
25


ଚାରି ଦିଗେ ଆଜି କ୍ରନ୍ଦନ ରୋଳ

 ଟୋପା ଟୋପା ଲୁହ ଝରୁଛି

ଯାର ଆପାଦ ମସ୍ତକ

 ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା     

ପୟର ଧୁଏ ଯା    ଗୋଦାବରୀ ଗଙ୍ଗା   

ହିମାଳୟ ଯାର ସଜାଇ

   ରଖିଛି ଗଭା

କାଶ୍ମୀର ରୁ କନ୍ୟା କୁମାରୀ

ପରିଚିତ ଯାର ସୀମା ରେଖା

ତା, ଆଖିରୁ ଏକି ଲୁହ ଝରୁଛି

 ଅଶ୍ରୁଛଳ ନୟେନେ 

ତା, ଅନ୍ତର ବେଦନା

 ସତେ ଆଜି ସେ କହୁଛି

ଚାରି ଦିଗେ ତାର

  ଭୀମ ଗର୍ଜନ ରଡି

ପ୍ରକୃତି ସତେ କି

   ଯାଇଛି ଉଜୁଡି

ପ୍ରଳୟର ଲୀଳା ରଚିଛି

ସହି ପାରୁନାହିଁ ଆଉ

ଅନ୍ତର କୋହ

ଲୋତକ ରେ ଢାଳି 

     ଦେଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational