STORYMIRROR

Debabrata Mishra

Abstract Tragedy Classics

4  

Debabrata Mishra

Abstract Tragedy Classics

କାନ୍ଦିବାକୁ ଲାଗେ ଡ଼ର

କାନ୍ଦିବାକୁ ଲାଗେ ଡ଼ର

1 min
402


ଯଦି ପାରୁଛୁ ତୁହି ହସୁଥା ଅନେକ

ହସିହସି ଲୋକ ରଖିଲେଣି ଟେକ

ଲୁହ ଦିଶିଲେ ତୋର କଟିଯିବ' ବେକ

ଆଜିକାଲି ଅଧିକାଂଶ କରନ୍ତି ବେପାର

କିଏ ହସର ତ କିଏ ବେପାରୀ ଲୁହର

ଦେଖିଚାହିଁ ଚଳିବୁରେ ବାବୁ ସମାଜେ

ଏଠି ପରା କାନ୍ଦିବାକୁ ଲାଗେ ଡ଼ର...., 


ମିଳିବେ ତୋତେ ସୁଖର ସାଥୀ ଅଧିକ

ସବୁ ତରଳୁଛନ୍ତି ଦେଖି ଚିକଣିଆ ଭେକ

ଶକ୍ତି ଦେଖାନ୍ତି ଅନେକ ଅବୁଝା ଲୋକ

ବେଶି ନଇଁଲେ ପଡ଼ିବରେ ଶକ୍ତ ପ୍ରହାର

ସବୁବେଳେ ବନ୍ଦ ରଖିଥିବୁ ମନ ଦୁଆର

ବୁଝିବା ଲୋକଙ୍କ ସଂଖ୍ଯା ଖୁବ୍ କମ୍ ଏଠି

ଏଠି ପରା ଲୁହ ଦେଖାଇବାକୁ ଡ଼ର...,


ଦୁଃଖ ଶୁଣି ମାରିବେ ସବୁ ଖୁସିରେ ତାଳି

ସ୍ଥାନ ଛାଡ଼ିଦେଲେ କିଛି ଦେବେ ପଛେ ଗାଳି

ତ୍ୟାଗର ଭାବନାକୁ ଲୋକେ ଭାବନ୍ତି ଧୂଳି

ସମ୍ପର୍କର ସରଳତାରେ ସୂତ୍ର ଜଟିଳତାର

ଖୁବ୍ କମ୍ ବୁଝନ୍ତି କିଏ ପ୍ରକୃତ ଆପଣାର

ଯୁଗ ସହ ମଣିଷ ବି ବଦଳିବାରେ ଲାଗିଛି

ଏଠି ହୃଦୟରୁ କାନ୍ଦିବାକୁ ଲାଗେ ଡ଼ର..., 


କିଛି ସତକୁ ଦେଖି କୁହନ୍ତି ମିଛ ଅଭିନୟ

କିଛି ଅଭିନୟକୁ ଦେଖି କି ହୁଅନ୍ତି ଅଥୟ

ଅନେକକୁ ପ୍ରଂଶସା କରିବାକୁ ଲାଗେ ଭୟ

ସର୍ବଦା ନୁହଁଇ ଦୁର୍ବଳ ମଣିଷ ଯଦି ଉଦାର

ସାହସ ପରାକାଷ୍ଠା, ଯେ ଚାଲେ ପଥ ସତ୍ଯର

ସଭିଙ୍କ ସୁଖ ଚାହିଁବାରେ ମିଳେ ଅତି ଆନନ୍ଦ

ଏଠି ଅନ୍ତରରୁ କାନ୍ଦିବାକୁ ଲାଗେ ଡ଼ର..। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract