STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

କାନ୍ଦେ ଭକତ

କାନ୍ଦେ ଭକତ

1 min
214

ନୟନ ଖୋଲିଲେ ତୋର ନୟନ ଦିଶଇ

ବଡଦାଣ୍ଡେ ପାଦେ ଦେଲେ ଲୁହ ବହୁଥାଇ,

ଇଚ୍ଛା ମୋର ଅଶ୍ରୁ ବହି ଯାଉ ନଈ ହୋଇ

ମହାବାହୁ ଚଢି ଆସ ଟାହିଆ ହଲାଇ।


ଦାସୀ ତବ ଧୋଇ ଦେବି ଲୁହରେ ଚରଣ

କିଛି ପାଦୋଦକେ ଧନ୍ୟ ହୋଇଯିବ ପ୍ରାଣ,

କି ସୁନ୍ଦର ବେଶ ହୋଇ ଆସ ନବଘନ

ଚତୁର୍ଦ୍ଧା ମୂରତି ଦେଖି ପିଣ୍ଡୁ ଛାଡୁ ପ୍ରାଣ।


ହୋଇଲେ ଦୟା କରିବି କୋଳାଗ୍ରତ ଦିନେ

ପୁତ୍ର ପ୍ରେମେ ମାତୃପ୍ରାୟେ ଖୋଇଵି ସେ ଦିନେ

କରମା ଖେଚୁଡ଼ି ବିନ୍ଦୁର ଶାଗ ଭୋଜନେ

ଶବରୀ ଅଇଁଠା ଖାଇ ହୋଇଲେ ସେ ଧନ୍ୟେ।


କଳାକାହ୍ନୁ ଚକାଆଖି ମେଲି ସବୁ ଦେଖ

ବଡଦାଣ୍ଡେ ରଥ ପୁଣି ଖୁସି ଜଗନ୍ନାଥ,

ଅଶ୍ରୁ ଢାଳି ଭକ୍ତି ଭରେ କାନ୍ଦଇ ଭକତ

କେମିତି ଗଡୁଛି ପ୍ରଭୁ ନନ୍ଦିଘୋଷ ରଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational