STORYMIRROR

Bijay Prusty

Action Fantasy

3  

Bijay Prusty

Action Fantasy

କାନଡେରି ଶୁଣ ଭଗବାନ

କାନଡେରି ଶୁଣ ଭଗବାନ

1 min
271


ସବୁ ଦେଖି ଦେଖି 

ଜଳକା ଆଜି ମୋ ଆଖି

ସବୁ ଶୁଣି ଶୁଣି ଶୁଣିଲି ଅନେକ

ଶୁଭେନାହିଁ ଆଉ କିଛି I

ଏଥର ଛାଡିବି ବିପ୍ଳବର ବାକ୍ୟବାଣ

କେହି ଯଦି ଅଛ ଶୁଣିବ ମୋ କଥା

କାନ ଡେରି ଏବେ ଶୁଣ I

ଅତିଷ୍ଠ ଆଜି ଜୀବନ ଜୀବିକା

ଗରିବ ଆଖିରେ ଲୁହ ନିର୍ଝରିଣୀ

କା' ଆଖିରେ ପଡେନାହିଁ,

ଭାଗ୍ୟ ଭଗବାନ ଦେଖାଇ ଆମକୁ

ନିଶ୍ଚିନ୍ତ ମନରେ ପଡିଛନ୍ତି ସବୁ ଶୋଇ I

ଯଦି କେହି ଅଛ ଭଗବାନ ତୁମେ

ଆଖି ଖୋଲି ଟିକେ ଦେଖ

ତୁମରି ସୃଷ୍ଟିକୁ ବିକଳାଙ୍ଗ କରି

ଗରିବ ରକ୍ତରେ ରଙ୍ଗ ପିଚିକାରି

ଖେଳୁଛନ୍ତି କିଛି ଲୋକ I

କହି ଦେଉଛି ମୁଁ ଭଗବାନ ଟିକେ ଶୁଣ

ଯାହା ଗଲା ତାହା ସରି ଯାଇଅଛି

ଏବେ ବି ପାଖରେ ବେଳଅଛି କିଛି

ଅସଜଡା ତୁମ ସୁନ୍ଦର ସୃଷ୍ଟିକୁ

ସଜଡାରେ ଦିଅ ମନ

ପ୍ରସ୍ତୁୁତ ହେଲେଣି ନିଷ୍ପେସିତ ସବୁ

ଆଗକୁ ଆଗକୁ ଭୁଲିବାକୁ ତୁମନାମ I

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action