STORYMIRROR

Sunanda Mohanty

Abstract Thriller Children

4  

Sunanda Mohanty

Abstract Thriller Children

କାନ

କାନ

1 min
384


କାନ ଏକ ଇନ୍ଦ୍ରିୟ, ନଥିଲେ ଅସହାୟ 

କହିବେ ଦିବ୍ୟାଙ୍ଗ 

କାନ ନଥିଲେ ଶବ୍ଦ ଓ ଶବ୍ଦର ଅର୍ଥ 

ନିରର୍ଥକ ନିଶ୍ଚୟ 

କାନ ଆଣେ ମୁଖମଣ୍ଡଳେ ସୌନ୍ଦର୍ଯ୍ୟ 

କାନ ଶ୍ରବଣେନ୍ଦ୍ରିୟ 

କାନର ମର୍ଯ୍ୟାଦା ବୁଝିଥିଲେ ବୋଲି ଗାନ୍ଧୀ 

ମାଙ୍କଡ଼ କାନ ବନ୍ଦ ବିଧେୟ 

ଖରାପ କଥା ଶୁଣିବାନାହିଁ,ଶୁଣିବା କେବଳ 

ଭାଗବତ ରାମାୟଣ

ଶୁଣିବା ପାଇଁ ଲୋଡ଼ା କାନ ପରି ଅଙ୍ଗ 

ବୁଝିବା ପାଇଁ ପୁରାଣ 

କାନ ଛେଦି ନାକ ସହ ସୁର୍ପଣେଖା ଙ୍କର 

ପ୍ରତିଶୋଧ ନେଲେ ଲଷ୍ମଣ 

କାନ ବନ୍ଦ କରି ରଖିବାକୁ ହୁଏ ଆମକୁ 

ରୋକିବାକୁ ଶବ୍ଦ ପ୍ରଦୂଷଣ 

କାନ ବନ୍ଦ କରିପାରିଲେନି ବୋଲି ରାମ 

ସୀତା ମାତା ପାଇଲେ କଷଣ 

କାନ କୁହା କଥା ଶୁଣି ଭଉଣୀର 

ବିପର୍ଯୟ ଡାକିଲେ ରାବଣ 

କାନ କୁହା କଥା ନଶୁଣି ରାବଣଙ୍କ ଭ୍ରାତା 

ଭକ୍ତ ବୋଲାଇଲେ ବିଭୀଷଣ 

କର୍ଣ୍ଣ ର କୁଣ୍ଡଳ ଦାନ କରି ଦାନୀ କର୍ଣ୍ଣ 

ନିଜର ଡାକି ଆଣିଲେ ନିଧନ 

କାନ ର ସୌନ୍ଦର୍ଯ୍ୟ ଦେବୀ ଆଉ ପରୀ 

ବର୍ଣ୍ଣନା କରିବାକୁ ଅକ୍ଷମ ଅଧମ 

କାନ କୁ ସଫା ରଖି, କାନକୁହାକଥା ନଶୁଣି 

କାନରେ ପିନ୍ଧି ଆଭୂଷଣ 

ମର୍ଯ୍ୟାଦା ବଢାଏ ନାରୀ,କାନପରେ ଓଢଣା 

ଢାଙ୍କି କାନ କରେ ପରିବେଷଣ 

ବୈଜ୍ଞାନିକ ଡାକ୍ତର ଓକିଲ ଶିକ୍ଷକ କୃଷକ 

କରନ୍ତି କାନରେ ପର୍ଯ୍ୟବେକ୍ଷଣ

ଦେଶରକ୍ଷକ କାନ ଦ୍ୱାରା ରକ୍ଷଣାବେକ୍ଷଣ 

କାନ ଛୋଟ ସତ ହେଲେ କାର୍ଯ୍ୟ ବିରାଟ 

ଏକଥା ରଖିବା ସ୍ମରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract