STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

କାନ ଡେରି ଶୁଣ ମହାପ୍ରଭୁ

କାନ ଡେରି ଶୁଣ ମହାପ୍ରଭୁ

1 min
325

ଚିନ୍ତିତ ମନଟି ଆକୁଳ ପ୍ରାଣଟି


ବୁଦ୍ଧି ଦିଶୁ ନାହିଁ କିଛି,


କି କରିବି ପ୍ରଭୁ ତୁମେ ହି ଭରୋସା


ପଥ ଦିଅ ପ୍ରଭୁ ବାଛି।୧।


କାନ ଡେରି ନାଥ ଗୁହାରି ଶୁଣହେ


ମାନ ନ କରିବୁ କିଛି,


ଜ୍ଞାନ ନାହିଁ ମୋର କରିଛ ଅଜ୍ଞାନ 


ପଥେ ନ ଦିଶେ ହିଁ କିଛି।୨।


ମନ ପ୍ରାଣ ମୋର ଅର୍ପଣ କରିଛି


ସର୍ବଦା ତହରି ଚିନ୍ତା,


ପ୍ରେମ ଭକ୍ତି ଶ୍ରଦ୍ଧା ତହର ଚରଣେ


କରେ ନିତ୍ୟେ ପଦେ ଚିନ୍ତା।୩।


ଅଜ୍ଞାନୀ ର ଭକ୍ତି ସ୍ବୀକାର କରହେ


କାନ ଡେରି କଥା ଶୁଣ,


ଭରୋସା କରିଛି ଚରଣେ ତହର


ଡାକ ଜଗନ୍ନାଥ ଶୁଣ।୪।


ତୁହି ନ ଶୁଣିଲେ ଆଉ କେ ଶୁଣିବ


ତୁହି ପ୍ରଭୁ ଜନ୍ମଦାତା,


ମତ୍ୟରେ ଆଣିଛୁ ମରଣ ଭି ହେବ


ରହୁ ସତ୍ୟପଥେ ରାସ୍ତା।୫।


ଧର୍ମପଥ ହେଉ ଜୀବନ ଯାତ୍ରାରେ


ନିସ୍ବାର୍ଥର କର୍ମ ହେଉ,


ରାଷ୍ଟ୍ର କାର୍ଯ୍ୟେ ପ୍ରାଣ ଅର୍ପଣ କରହେ


ଜନସେବା କରୁ ଥାଉ।୬।


ପିତୃମାତୃ ସେବା କର୍ତ୍ତବ୍ୟ ହିଁ ହେଉ


ମଙ୍ଗଳେ ରହୁ ଗୃହସ୍ତ,


ସୁଖୀପୂର୍ଣ୍ଣ ରହୁ ଗୃହସ୍ତ ସଂସାର


ସମ୍ପନ୍ନ ହେଉ ଗୃହସ୍ତ।୭।


ଅତିଥି ସେବାରେ ମନ ରହୁ ସଦା


ପଥେ ଭରି ଦିଅ ମନ,


ସେହୁ ପଥେ ରହୁ ଭକ୍ତି ନିରନ୍ତର


ଭକ୍ତିପୂର୍ଣ୍ଣ ହେଉ ମନ।୮।


ନିରାଶ୍ରୟ ପ୍ରଭୁ ନ କରିବୁ କେବେ


ଭରୋସା କରିଛି ତତେ,


ତହ ବିନୁ ପ୍ରଭୁ ଗତି ନାହିଁ ମୋର


ଦୟା କର ପ୍ରଭୁ ମତେ।୯।


ନିରାକାର ତୁହି ନିଳାଞ୍ଚଳ ତୁହି


ପ୍ରଭୁ କୃପାସିନ୍ଧୁ ତୁହି,


ସର୍ବଶକ୍ତିମାନ ଭିଆଣ ସମସ୍ତ


କରି ଅଛୁ ପ୍ରଭୁ ତୁହି।୧୦।


ତୋହରି ନିର୍ଦ୍ଦେଶେ ହୁଏ ସବୁ କିଛି


ସର୍ବୋପରି ଅଟୁ ତୁହି,


ଜ୍ଞାନ ବିଜ୍ଞାନ ହିଁ ତୁହି ଜଗନ୍ନାଥ


ଜୀବନ ଆଧାର ତହି ।୧୧।


ଚିନ୍ତିତ ମନଟି ଆକୁଳ ପ୍ରାଣଟି


ବୁଦ୍ଧି ଦିଶୁ ନାହିଁ କିଛି,


କି କରିବି ପ୍ରଭୁ ତୁମେ ହିଁ ଭରୋସା


ପଥ ଦିଅ ପ୍ରଭୁ ବାଛି।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational