Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

କାମନାହିଁ କାହାର ?

କାମନାହିଁ କାହାର ?

1 min
17


କାମ ନାହିଁ କହେ କାମ ନାହିଁ,

କାମ ବତେଇଲେ କରେ ନାହିଁ;

ମନ ତା'ର କହେ ବାହାରେ ବୁଲିବ-

ବିକଳ ମନରେ ରହେ ଚାହିଁ | (1)


ଶୁଣ ଶୁଣ ରାଜନୀତି ଭାଇ,

ଜାଣିଛ ବେପାର ଏବେ ନାହିଁ;

ଘରେ ବସି ଦେଖ ଭୋଟର ତାଲିକା-

ଚେଷ୍ଟାକର ସଂଶୋଧନ ପାଇଁ |(2)


ବେପାରୀ ଭାଇ ହେ ଶୁଣ ଶୁଣ,

ଆମ ସଂସାର ତ ତେଲ-ଲୁଣ;

ବାକିଖାତା କାଢି ହିସାବ କରିବ-

ଦେବାକୁ ଅଛନ୍ତି କେତେଜଣ ?|(3)


ଚାକିରିଆ ଭାଇ ମାର ମଜା,

ଘରେ ରହିବାଟା ନୁହେଁ ସଜା;

ଛୁଆଙ୍କ ସହିତ ଖେଳି ସୁଖପାଅ-

ଯାହାକୁ ପାଏନା ମହାରାଜା |(4)


ପିଲାମାନେ ଘରେ ବସ ନାହିଁ,

ସୁଯୋଗ ପାଇଲେ ଖେଳ ଯାଇ;

ମୋବାଇଲ ଛାଡ଼ି କାର୍ଟୁନ ନ ଦେଖି-

ପଢିନିଅ କିଛି ଭଲ ବହି | (5)


କାମ ଅଛି ସମସ୍ତଙ୍କ ପାଇଁ,

ଠକଙ୍କୁ ବୁଝେଇ ହେବ ନାହିଁ;

ସମୟ ନଥିଲା କହୁଥିଲେ ଏବେ-

ବାହାନା କାଢିବେ କାମ ନାହିଁ | (6)



Rate this content
Log in