STORYMIRROR

Biswanath Nayak

Abstract

2  

Biswanath Nayak

Abstract

କାମନା -------

କାମନା -------

1 min
137

ଚାଲି ଯାଅନା ଫଗୁଣ

ନିଃସ୍ଵ କରି ମଧୁବନ ଆଭା

ଝରି ଯାଅନା ଶେଫାଳୀ

ପର କରି ରଜନୀର ଶୋଭା


ହଜି ଯାଅନା ନୁପୁର 

ଶୂନ୍ୟ କରି ପାଦ ନର୍ତ୍ତକୀର

ଲିଭି ଯାଅନା କଜଳ

ଭରି ଦେଇ ନୟନରେ ନୀର


ଝରି ଯାଅନା ବଉଳ

ଛାଡ଼ି ଦେଇ ସହକାର କର

ବୁଡ଼ି ଯାଅନା ସୂରୁଜ

ଭରି ଦେଇ ଅମା ଅନ୍ଧକାର


ଝରନା ରଜନୀଗନ୍ଧା

ରିକ୍ତ କରି ପ୍ରିୟାର କବରୀ

ଲୁଚି ଯାଅନା ସିନ୍ଦୂର

ସୀମନ୍ତକୁ ରଙ୍ଗହୀନ କରି


ରୁଷନା ମଧୁ ମଳୟ

ଶୀତଳତା ନ ଲଭୁ ବିଲୟ

ଦରଦ ନଯାଉ ହଜି

ଶୂନ୍ୟ କରି ମାନବ ହୃଦୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract