Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

କାମନା ବିନାଶେ ଦୁଃଖର ବିନାଶ

କାମନା ବିନାଶେ ଦୁଃଖର ବିନାଶ

1 min
517


  


ଜୀବନରେ ଦୁଃଖ ବେଳେ ବେଳେ ଆସେ 

ଦେହ ମନ ପ୍ରାଣେ ଜାଳି ଦେଇ ହସେ ।


କହି ଦେଉଥାଏ ସେ ଅପ୍ରିୟ କଥା 

ସୁଖ ଆସିବାଟା ନିଶ୍ଚିତ ଜାଣିଥା ।


ଦୁଃଖର କାରଣ ଅଟଇ କାମନା 

ରଖୁଛ ମନେ ଯେତେକ ବାସନା ।


ବାସନା କରିଦିଅ ଇଶ୍ବର ପ୍ରାପ୍ତି 

ବିଭୁପ୍ରେମେ ଲଗାଇ ସକଳ ଶକ୍ତି ।


 କାମନାର ତୁମ ହୋଇବ ବିନାଶ

 ତାସଙ୍ଗେ ଦୁଃଖର ହୋଇବ ବିନାଶ ।


ଗୌତମ ବୁଦ୍ଧଙ୍କ ଏ ମହତ ବାଣୀ 

ରଖୁଥୁବ ସଦା କର୍ତ୍ତବ୍ୟ ସାରଣୀ ।


ସଦ୍ ଗ୍ରନ୍ଥ ପଠନ ସତସଙ୍ଗ ଗମନ 

ଆବଶ୍ୟକତା ହିଁ କର ଆହରଣ ।


ଅଧିକ ଆଶା ତ ଜଗାଏ କାମନା 

ଦୁଃଖକୁ ଡାକିଣ ଦିଅଇ ଯାତନା ।


କାମନା ବିନାଶେ ଦୁଃଖର ବିନାଶ

 ଶାନ୍ତିରେ ଅବଶ୍ୟ ମାରିବ ନିଶ୍ବାସ ।


Rate this content
Log in

Similar oriya poem from Abstract