STORYMIRROR

Hitesh Mohapatra

Abstract Fantasy Thriller

3  

Hitesh Mohapatra

Abstract Fantasy Thriller

କାଳ୍ପନିକ

କାଳ୍ପନିକ

1 min
122

ସବୁ ଦିନ ରାତିରେ

କିଛି ସମୟ ପାଇଁ ହଉ ପଛେ

ବୁଲି ଆସେ ମୁଁ ମୋ

କାଳ୍ପନିକ ଦୁନିଆରେ ।


କ୍ଷଣିକ ପାଇଁ ହଉ ପଛେ

ଖୁସି ହୋଇ ଉଠେ

ମୁଁ ଗଢିଥିବା କଳ୍ପନାର ରାଇଜରେ ।


ସବୁ ଅସମ୍ଭବ କୁ ସମ୍ଭବ କରିବାର କ୍ଷମତା

ଭରି ଦିଏ ରୋମାଞ୍ଚ ମୋ ଭିତରେ

ଏକ ମହାନାୟକ ସାଜି

ଲଢ଼ୁଥାଏ ଆଉ ଗଢ଼ୁଥାଏ

ନ୍ୟାୟକୁ ଜିତିବାର ଦେଖି

ଆଉ ଅନ୍ୟାୟ କୁ ହାରିବାର ଦେଖି

ଧର୍ମ ର ଜୟ ଆଉ ଅଧର୍ମ ର ପରାଜୟ ଦେଖି

ଶାନ୍ତିର ନିଃଶ୍ୱାସ ନେଉଥାଏ ।


କେଜାଣି କେଉଁଠୁ

ମସାଟିଏ ଆସି,

ମୋତେ ଟାଣି ଆଣେ ମୋ କଳ୍ପନାରୁ

ପରିଚିତ କରାଏ ରାତ୍ରିର ବିଳମ୍ବ ପ୍ରହରୀ ସହ

ଆଉ, କହିଯାଏ ମୋ କାନରେ

ଆଜି ପାଇଁ ଏତିକି ଥାଉ

ରାତି ତ ଅନେକ ଆସିବ

ବଞ୍ଚିଥିବା ଭିତରେ ।


Rate this content
Log in

Similar oriya poem from Abstract