STORYMIRROR

Kalandi pal

Classics

2  

Kalandi pal

Classics

କାଳୀୟ ଦଳନ

କାଳୀୟ ଦଳନ

1 min
116


ତ୍ରିଭଙ୍ଗି ଠାଣିରେ ବାଳ ଗୋପାଳ

ମୟୁର ଚନ୍ଦ୍ରିକା ତା ବାଙ୍କ ଚୁଳ।

ଶ୍ରୀ ହସ୍ତେ ବଇଁଶୀ ବଜାଉଛି ହସି 

କାଳନ୍ଦୀରେ ପଶି ନାଗ ଚୁଳେ ବସି

ସେ ରାଧା ରମଣ ନନ୍ଦ କୁମର। l0l


ଗରୁଡ଼ ନ ପଶେ କାଳୀୟ ଜଳେ

ଅଭିଶାପ ପାଇ ପଶିଛି ବିଳେ

ନିର୍ଭୟେ କାଳୀୟ, ବଢ଼ାଇଛି କାୟ

ହ୍ରଦର ଜଳକୁ କରି ବିଷ ମୟ,

ଜୀବେ ନ ଯାଆନ୍ତି ତାହାର କୂଳ.l1l


ପଶିଲେ ଗୋବିନ୍ଦ କାଳନ୍ଦୀ ହ୍ରଦେ

ଦଳିଲେ କାଳୀୟ ଦର୍ପକୁ ପାଦେ

ପଶିଲେ ଶରଣ, କଶ୍ୟପ ନନ୍ଦନ

ଛାଡିଲେ କାଳନ୍ଦୀ ନାଗେ ତତକ୍ଷଣ

ହ୍ରଦ  ଜଳ  କରି  ଅମୃତ  ତୁଲ। l2।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics