STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

କାଳିଆରେ କହ

କାଳିଆରେ କହ

1 min
165

କାଳିଆରେ କହ      କେତେ କେତେ ରୂପେ 

        ମାୟା ଲଗାଉଛୁ ତୁହି

ଶିଖାଉ ଶୃଙ୍ଖଳା       ମୂଢ ମାନବକୁ 

        ନିଳାଚଳ ଧାମେ ରହି || 


ତୋ ସୃଷ୍ଟି ପାଳନ      ନିୟମ ବଳରେ

        ଜଗତ ପାଳୁଛୁ  ତୁହି 

ଷାଠିଏ ପଉଟି         ଅନ୍ନ ବାଣ୍ଟୁ ନିତି 

        ନିଜେ ଖାଉ ବୋଲି କହି |


ଏହା ନ କହିଲେ      ସତେକି ଭକତ 

     କ୍ଷୁଧାରେ ଫେରନ୍ତା ତୋ ଠୁ? 

ପାପୀ ଜନସବୁ      ଲୁଟି ନେଇ ଯାଇ

     ତୋ ଭକ୍ତେ ଫେରନ୍ତା ସେଠୁ || 

 

ତୋ ସୁନ୍ଦର ସୃଷ୍ଟି      ନଷ୍ଟ ଭ୍ରଷ୍ଟ କରି

        ମନେ ବରି ଅହଂଭାବ

ଧରାକୁ ସତେକି      ସରା ମଣୁଅଛି 

    ମନରେ ପାପର ଭାବ ll


ସେଥିପାଇଁ କିବା      ଶ୍ରୀମନ୍ଦିର ଗୃହେ

      ନିରବେ ଭାବୁଛୁ ତୁହି 

କେଉଁ ଉପାୟରେ     ସୃଷ୍ଟିର ପାଳନ 

        କରିବୁ ଏଣିକି ତୁହି ll


ମିଛ ଭକତିରେ     ତୋତେ ଭୋଗ ଯାଚି 

     ଅନୀତିରେ ତାର ମତି

କରୋନା ରୂପକ     ମହାମାରୀ କି ବା 

     ତୋ ଦୁଷ୍ଟ ଦମନ କାତି ?


ବିଜ୍ଞାନ ଯୁଗରେ      ତୁହିରେ କାଳିଆ 

   ହାଇଟେକ୍ ହୋଇ ଯାଆ

ଅନଲାଇନରେ       ଦର୍ଶନ ଟିକଟ

     ବିକ୍ରି କରି ବସି ଯାଆ ||


କରୋନା ବିହୀନ      ରିପୋର୍ଟ ସବୁକୁ

      ଅନଲାଇନରେ ନେଇ

ଅଳପ ସଂଖ୍ୟକ       ଭକତଙ୍କୁ ଦେଖା

     ସୁଯୋଗ ଦେଏରେ ତୁହି||


ଛ' ଫୁଟ ଦୂରତା       ଯେ ରକ୍ଷା କରିବ 

       ତାକୁ ଅନୁମତି ଦେଏ

ଯିଏ ତୋ ନୀୟମ     ଉଲଙ୍ଘନ କରେ 

     ଛଅ ଖଣ୍ଡ କାଠ ଦେଏ || 


ତୋର ଦରଶନ       କରି ଶୃଙ୍ଖଳିତ 

      ସକଳେ ଦେଖାଇ ଦେ

ନୀତି ନିୟମରେ     ଜଗତ ପାଳନ

        ନୀଳାଚଳ ଧାମୁ ହୁଏ || 


ସତ୍ୟ ଧର୍ମ ନ୍ୟାୟ      ତୋହର ନିୟମ 

        ଯିଏ ପାଳନ କରିବ 

ତୋ ଆଶିଷ ଧାରା      ତାହାରି ଉପରେ

        ସର୍ବଦା ବରଷୁ ଥିବ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract