କାଳିଆରେ କାଠେ ଗଢ଼ା ଦେହଟି ତୋର
କାଳିଆରେ କାଠେ ଗଢ଼ା ଦେହଟି ତୋର


କାଳିଆରେ କାଠେ ଗଢ଼ା
ଦେହଟି ତୋର
ଚାହିଁଦେଲେ ଥରେ ତୋତେ
ଭୁଲେ ସଂସାର
ଦୁଇ ହାତ ଟେକି ତୁହି
ବନ୍ଧନ ରଜ୍ଜୁରେ
ବାନ୍ଧିଛୁ ସାରା ଜଗତ
ଭକତି ଡୋରିରେ
ତୋର ସେ ବନ୍ଧନେ ବନ୍ଧା ଏ ଜୀବନ ମୋର ।
ଏମିତି ବନ୍ଧନେ ମୋତେ
ବାନ୍ଧିଛୁ ଜଗାରେ
ଭୁଲି ପାରୁନାହିଁ ତୋତେ
ଏ କର୍ମ ଜଞ୍ଜାଳେ
ଜୀବନେ ସ
ଂସାର ଭେଟି
ବନ୍ଧନର ଲଟି
ମରଣଟି ଧ୍ରୁବ ଅଟେ
ଜୀବନ ଯେଉଁଠି
ସତ୍ୟ ଜାଣି ଘାଣ୍ଟି ହୁଏ ଜୀବନଟା ମୋର ।
ଅନ୍ତରରେ ସାଇତିଛି
ରୂପକୁ ତୋହର
ଭାବନାରେ ଭାବିଦେଲେ
ଭୁଲେ ମୁଁ ସଂସାର
ଜୀବନରେ କେବେ ସତ୍ୟ
ଜୀବନର ଅନ୍ତ
ଲୀନ ହେବି ତୋହ ଠାରେ
ଦେଖିବ ଜଗତ
ଧନ୍ୟ ହେବ ଏ ଶଇଳେ ଜୀବନଟି ମୋର ।