STORYMIRROR

Santosh Kumar Nayak

Classics Others

3  

Santosh Kumar Nayak

Classics Others

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି

1 min
185


ସକାଳୁ ଉଠିଲେ ତୋର ପାଦ ଛୁଅନ୍ତି

ଚନ୍ଦନ ପାଣିରେ ମୁହଁ ଧୋଇ ଦିଅନ୍ତି

ଅଝଟ ହୋଇ ମୁଁ ବାଇଶି ପାହାଚେ

ଉପରୁ ତଳକୁ ଗଡ଼ି ଯାଆନ୍ତି,

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି ।


ଛପନ ଭୋଗରୁ ଟିକେ ନିତି ପାଆନ୍ତି

ରଥରେ ତୋ ସହ ମିଶି ବୁଲି ଯାଆନ୍ତି,

ଆନନ୍ଦ ବଜାରେ ଚକା ପକେଇ ମୁଁ

ଅଭଡ଼ା ଅନ୍ନ ତୋ ଖାଇ ଥାଆନ୍ତି,

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି ।


ବଡବାପାଙ୍କ ଠାରୁ ମୁଁ ପାଠ ଶିଖନ୍ତି

ଦେବଦାସୀମାନଙ୍କଠୁ ନାଟ ଶିଖନ୍ତି,

ପିଉସୀ ସହ ମୁଁ ଖେଳି ଥକିଗଲେ

ଲକ୍ଷ୍ମୀ ମାଆ କୋଳେ ଶୋଇ ଯାଆନ୍ତି,

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି ।


ଗୀତ ଗୋବିନ୍ଦରୁ ପଦେ ନିତି ଶୁଣନ୍ତି,

ତୋ ନାମକୁ ଶରଧାରେ ମନେ ଗୁଣନ୍ତି,

ଅଣସର ବେଳେ ପାଖେ ପାଖେ ରହି

ସରାଗରେ ତୋର ସେବା କରନ୍ତି,

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି ।


ପଣ୍ଡା ପଢିହାରୀ ସହ ମଜା ମାରନ୍ତି

ଦେଉଳ ବେଢାରେ ପୁଣି ଖଟି କରନ୍ତି,

ଭକତ ସାଥିରେ ମହା ଆନନ୍ଦରେ

ଭକ୍ତି ଭାବ ଦେଇ ପୂଜା କରନ୍ତି,

କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି ।


Rate this content
Log in

Similar oriya poem from Classics