କାଳିଆ ତୋ କଳା ରଙ୍ଗ
କାଳିଆ ତୋ କଳା ରଙ୍ଗ
କାଳିଆ ତୋ କଳା ରଙ୍ଗ
ଭଲ ଦିଶୁଛି
କଳାମୁହେଁ ନାଲି ଓଠ
ମନ ମୋହୁଛି l0l
ଅଧା ଅଧା ହାତ ତୋର
ନାହିଁ ପାଣି ପୟର
ଅଧା ଗଢ଼ା ଦେହେ ସତେ
ଦିଶୁ ଭାରି ସୁନ୍ଦର
ଯେତେ ଦେଖିଲେବି ତୋତେ
ନୂଆ ଲାଗୁଛି l1l
ଆଖିରେ ଆଖିରେ ରୂପ
ଅଧା ଅଧା ଲାଗୁଛି
ମନର ଦର୍ପଣେ ତୋର
ପୂର୍ଣ୍ଣ ରୂପ ଲଭୁଛି
ସେଥିପାଇଁ ମନ ପ୍ରାଣ
ପୟରେ ବିକିଛି l2l
ସାତ ରଙ୍ଗ ମିଶିଲେ ତ
ହୁଏ ଧବଳ ବର୍ଣ୍ଣ
ସାତ ରଙ୍ଗ ବୋଳି ହୋଇ
କେମିତି କଳା ବଦନ
କହରେ କାଳିଆ ସବୁ
କେମିତି ହେଉଛି l3l
