STORYMIRROR

Kalandi pal

Inspirational

3  

Kalandi pal

Inspirational

କାଳିଆ ସାଆନ୍ତେ ଘରେ

କାଳିଆ ସାଆନ୍ତେ ଘରେ

1 min
250

ଚିର ତ ସୁନ୍ଦର ଘନ କଳେବର

 ବିଜେ ଆଡପ ବେଦୀରେ.

ପୀତବସନ ମେଖଳା କୃଷ୍ଣଜିନ

  ଦୟାଣା ତୁଳସୀ ହାରେ.

ପ୍ରଭୁ , ବିଜେ ଏନ୍ତୁଡ଼ି ଶାଳରେ. l0l


ଲକ୍ଷ୍ମୀ ଠାକୁରାଣୀ ରୁଷି ବସିଲେଣି

  ମନ୍ଦିର ଦୁଆର କିଳି.

ମାଆ ହାତରନ୍ଧା ମିଳୁନାହିଁ ସଦା

  ଆସିଛି ପାଗଳ ପରି.

ଗୁଣ୍ଡିଚାରାଣୀଙ୍କ ପାଦ ଲାଗୁନାହିଁ

ଦାସ ଦାସୀ ଡାକି କୁହନ୍ତି ବୁଝାଇ.

  କାଳିଆ ସାଆନ୍ତ ଘରେ. l1l


କେତେ ଛଟା ପରା ଅଟଇ ତାହାର

  ସବୁ ଘଡିକେ କରିବ.

ଶାଗ ବଡ଼ି ରାଇ ମହୁର କାନିକା

  ଅତି ଯତନେ ରାନ୍ଧିବ.

ଦେଵି ତ ଖୁଆଇ କୋଳରେ ବସାଇ

ଶୂନ୍ୟ କୋଳ ଆଜି ପୁରି ତ ଉଠଇ

  କେତେ ଆନନ୍ଦ ମନରେ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational