STORYMIRROR

Kalandi pal

Inspirational

3  

Kalandi pal

Inspirational

କାଳିଆ ନାମେ କି ବାସ ଅଛିରେ

କାଳିଆ ନାମେ କି ବାସ ଅଛିରେ

1 min
178


କାଳିଆ ନାମରେ  କି ବାସ ଅଛିରେ

     ଭକତି ଭକତି ବାସେ.

ଚନ୍ଦ୍ର ବଦନ ତା  ଯେତେ ଦେଖୁଥିଲେ

     ନୂଆ ନୂଆ ସେତ ଦିଶେ.

ସଦା ଭକ୍ତ ମନ ପ୍ରାଣ ତୋଷେ. l0l


ମନ୍ଦିର ତାହାର  ଭକତିରେ ପୂର୍ଣ୍ଣ

     ଅଗରୁ ଚନ୍ଦନ ବାସେ.

ଗରୁଡ଼ ପଛରେ  ଶ୍ରୀ କଳାବଦନ

     ଅଳପ ଅଳପ ଦିଶେ.

ମନ୍ଦିରେ ପଶିଲେ ଏ ପାପ ଜୀବନ

ପବିତ୍ର ହୁଅଇ ଦେଖି ତା ଚରଣ.

     କାଳିଆ କାଳିଆ ଘୋଷେ. l1l


ଆନନ୍ଦ ବଜାର  ଭକତର ମେଳ

     ଅବଢ଼ା ଅବଢ଼ା ବାସେ.

ମୋ ପ୍ରଭୁ ପ୍ରସାଦ  ଅବଢ଼ାର ସ୍ୱାଦ

     ମହ ମହ ହୋଇ ବାସେ.

ଭାବେ ବାନ୍ଧି ନେଲେ ଜୀବନ ସାର୍ଥକ

ଭକତେ ପାଆନ୍ତି ଚରଣ ଉଦକ.

     ତୁଳସୀ ତୁଳସୀ ବାସେ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational