କାଳିଆ ନାମେ କି ବାସ ଅଛିରେ
କାଳିଆ ନାମେ କି ବାସ ଅଛିରେ
କାଳିଆ ନାମରେ କି ବାସ ଅଛିରେ
ଭକତି ଭକତି ବାସେ.
ଚନ୍ଦ୍ର ବଦନ ତା ଯେତେ ଦେଖୁଥିଲେ
ନୂଆ ନୂଆ ସେତ ଦିଶେ.
ସଦା ଭକ୍ତ ମନ ପ୍ରାଣ ତୋଷେ. l0l
ମନ୍ଦିର ତାହାର ଭକତିରେ ପୂର୍ଣ୍ଣ
ଅଗରୁ ଚନ୍ଦନ ବାସେ.
ଗରୁଡ଼ ପଛରେ ଶ୍ରୀ କଳାବଦନ
ଅଳପ ଅଳପ ଦିଶେ.
ମନ୍ଦିରେ ପଶିଲେ ଏ ପାପ ଜୀବନ
ପବିତ୍ର ହୁଅଇ ଦେଖି ତା ଚରଣ.
କାଳିଆ କାଳିଆ ଘୋଷେ. l1l
ଆନନ୍ଦ ବଜାର ଭକତର ମେଳ
ଅବଢ଼ା ଅବଢ଼ା ବାସେ.
ମୋ ପ୍ରଭୁ ପ୍ରସାଦ ଅବଢ଼ାର ସ୍ୱାଦ
ମହ ମହ ହୋଇ ବାସେ.
ଭାବେ ବାନ୍ଧି ନେଲେ ଜୀବନ ସାର୍ଥକ
ଭକତେ ପାଆନ୍ତି ଚରଣ ଉଦକ.
ତୁଳସୀ ତୁଳସୀ ବାସେ. l2l
