STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

କାଳି

କାଳି

1 min
140

ଜୀବନ ଯୁଦ୍ଧରେ

କ୍ଷତାକ୍ତ ହୋଇ

ଶ୍ରୀହୀନ ହେଲାପରେ

ହାରି ଯାଇ

ଲୁହ ଝରା ଭଙ୍ଗାହୃଦୟରେ

ଭରିଦିଏ ଇନ୍ଦ୍ରଧନୁର ସାତରଙ୍ଗ

ଝରାଏ ଅସରାଏ ସୁଖର

ଟିପ ଟିପ ବରଷା ବୁନ୍ଦା

ବେଦରଦୀକୁ ଶିଖାଏ ମାନବତା

ଆଉ ମଣିଷପଣିଆର ନିଆରା ଅନୁଭବ

ଛାତି ଭିତରେ ଜାକିଜୁକି ହୋଇ ରହିଥିବା

ଯୁଗଯୁଗର କୋହକୁ

ସହଜରେ ଓଗାଳି ଦିଏ

ଶାନ୍ତ ହୁଏ ମନ

ଆଉ

ବିରହ ଜୀବନ

ଅବୁଝା ପ୍ରେମିକାର

ଫୁଲେଇ ମୁହଁରେ

ଫୁଟାଏ ମୁରୁକି ହସ

ବାଟବଣାର ହୁଏ ପଥ ପ୍ରଦର୍ଶକ

ଆଉ ଦିଗଦର୍ଶକ ଵି

ପବିତ୍ର ହୁଏ

ପାପୀ

ତାର ମନ ଦରଜା ଖୋଲି

ଏତେ ସବୁ ହୁଏ ସମ୍ଭବ

ଖାଲି ତୋ ପାଇଁ କାଳି

ହଁ

ଖାଲି ତୋ ପାଇଁ କାଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance