STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

କାଳି_ବୋହୂ

କାଳି_ବୋହୂ

1 min
179

ଯାଇଥିଲି ଏକ ଭୋଜି ଆୟୋଜନେ

ପୁଅ ଘର ଡାକିଥିଲେ

ବଡ ମଣ୍ଡପକୁ ଆଲୋକ ଫୁଲରେ

ଖୁବ୍ ସେ ସଜାଇଥିଲେ


କେତେ ରକମର ବ୍ୟଞ୍ଜନ ବ୍ୟବସ୍ଥା

ଶହେରୁ ଅଧିକ ହେବ

ବୁଲି ଖାଉଥିଲେ ଗୋଡ ବିନ୍ଧିଯିବ

ନୂଆ ନାଁ ଜଣା ନଥିବ


ଦାମି ହୋଟଲରେ ନିଜକୁ ପାଇ ମୁଁ

ଖୁସିରେ ମଉଜ ନେଲି

ଖାଇପିଇ ସାରି ବୋହୂ ଦେଖା କାମ

ସାରିବି ବୋଲି ଭାବିଲି


ବନାରସୀ ପାନ ପାଟିରେ ପୁରାଇ

ପର୍ସଟିକୁ ଖୋଲିଦେଲି

ଅତି ସନ୍ତର୍ପଣରେ ନାଲି ଲଫାପାକୁ

ହାତରେ ଚାପି ଧରିଲି


ଭିଡ ହୋଇଥିଲା ବୋହୂ ଦେଖା ପାଖେ

ଧିରେ ଧିରେ ଚାଲୁଥିଲି

କେତେ ପ୍ରକାରର ଡିଜାଇନି ଫଟୋ

ଉଠା ଦେଖି କାବା ହେଲି


ଚାହିଁ ମୁଁ ଦେଖିଲି ଲୋକ ଗହଳିରେ

ବୋହୂଟି ତ୍ରିପଣ୍ଡ କଳା

ସେଥିପାଇଁ ବୋଧେ ବାହାହୋଇ ପପୁ

ଆଣିଛି ଟଙ୍କାର ବିଡା


ବହୁ ଆଡମ୍ବର, ଖାଦ୍ୟର ସମ୍ଭାର

ସଭିଁଙ୍କୁ କରିଛି ଟେରା

କାଳି ବୋହୂ ଆଣି ବାପା'ମା'କୁହନ୍ତି

ଟଙ୍କା କ'ଣ ଆମ କଳା


ଦେଖିଲି ପୁଅଟି ପାଖେ ବୋହୂ ଠିଆ

ଧଳାକଳା ବେନିଜନ

ସତେ ଅବା କଳା ମେଘ ଫାଙ୍କ ଦେହୁ

ଉଠି ଆସିଛି କି ଜହ୍ନ


ତା ସଙ୍ଗେ ପିନ୍ଧିଛି ନାଲି ପାଟଶାଢୀ

ଲାଲି ଲିପଷ୍ଟିକ୍ ବୋଳା

ପାଉଡର ସ୍ନୋ ବହେ ନେସି ହୋଇ ସେ

ଲାଗୁଛି କରିବ ପାଲା


କ'ଣ ବା ମିଳିବ ଲଫାପା ବଢାଇ

କହିଲି ବୋହୂ ବଢିଆ

ଖାଇବା ହୋଇଛି ଏକ ଠାରୁ ଆନ

କାହାକୁ କୁହ ଖୁଣିବା


ଟଙ୍କା ସରିଗଲା ଭୋଜି ଭାତ କରି

କାଳି ବୋହୂ ବେକେ ବନ୍ଧା

ପପୁଆ କହୁଛି ବୋହୂ ସଙ୍ଗେ ମୁହିଁ

ବୁଲିଯିବି ନାହିଁ କଦା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract