କାଳେ ତୁମେ ଆସିବ ବୋଲି
କାଳେ ତୁମେ ଆସିବ ବୋଲି
ଝଡ଼ବାତ୍ୟାର ଆଭାସ ନ ଥିଲା
ସୁନାମୀ ପରି ଆସିଥିଲ
ମୋ ହୃଦ କନ୍ଦରକୁ,
ଅତି ଭାବାବେଗେ ସୁସ୍ଵାଗତ କରି
ଆପଣେଇ ଥିଲି
ମୁଁ ଯେ ତୁମକୁ।
ହେଲେ କାହାର କୁଦୃଷ୍ଟିର ଶିକାର
ହୋଇଗଲେ ଦୁହେଁ,
ଫାଇଲିନ ରେ ଭାଙ୍ଗିଗଲା ନୀଡ଼
ହୋଇଗଲେ ବାଟବଣା,
ଭୁଲିଗଲ ଫେରିବାର ପଥ,
ଏବେବି ଖୋଜୁଛି ତୁମକୁ।
କାଳେ ତୁମେ ଆସିବ ବୋଲି।