Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

suvendu Meher

Inspirational

3  

suvendu Meher

Inspirational

କାଳବୈଶାଖୀ

କାଳବୈଶାଖୀ

1 min
223



କରାଳ ରୂପୀ

ବୈଶାଖୀ ଝଡ

ଖରା, ବର୍ଷା, ଧୁକା ଧୁନ୍ଦୀ

ଗର୍ଜିଗଲା ସେ ଦିନ

ତୁଲିଆ ବାଟୁ ସବୁ ଦେଖୁଥିଲି ମୁଇଁ ।


କିଛିଦିନ ପୂର୍ବରୁ

ଆଣିଥିବା ଆମ୍ବକୁ

ଆମ୍ବୁଲ ହେବ ବୋଲି

ଚାଞ୍ଛି ରଖିଥିଲେ

ଘରମଣି ଯେ,

ଧୁନ୍ଦୀ ପାଣି ପଶି ସବୁ ଆଚାର ସଦୃଶ ।


ବିଲର ପାଚିଲା ଧାନ ସବୁ

ଗାଧୋଉଛନ୍ତି ବୈଶାଖୀ ଖରାର ଉତ୍ତାପରେ

ଆମ ଘରର ଛାନି ଉଡିଯାଇଛି

ଇସ୍କୁଲ ପଡିଆକୁ ।

ମନ୍ତ୍ରୀପୁଅ ଆସିଲେ ଓ

ଦେଖି ଚାଲିଗଲେ ,

କହିଛନ୍ତି

ଦେବେ ସହାୟତା ।

ସହାୟତା ଓ ମୋ ବା'ର ଭତ୍ତା ମିଶେଇ

କିଣିବୁ ଏକ ତାଳପତ୍ରି ପାଳ

ଆଉ ଆସିବନି ଆମ ଛାନି ଉପରକୁ

ଏଇ କରାଳ ରୂପୀ କାଳ ।।





Rate this content
Log in