STORYMIRROR

Gouri Panda

Inspirational Others

4  

Gouri Panda

Inspirational Others

କାଳ କ୍ୟାନସର

କାଳ କ୍ୟାନସର

1 min
250


ବଡ ବିଷମ, ଅସାଧ୍ୟ ରୋଗ 

ଜାଣିଛି ସେ, ଯେ କରିଛି ଭୋଗ। 

ରୋଗ ଭିତରେ ଅଟଇ ସାର

ନାଁ ଟି ତାର ଅତି ଭୟଙ୍କର। 

ଯିଏ, ଏ ରୋଗେ ପୀଡିତ ଅଛି 

ତାର କଷ୍ଟ କଥା ସେ,ଜାଣିଛି। 

ଦେହେ ଖେଳାଇ ଦିଏ ସେ ଭୀତ

ବଞ୍ଚିବା ଆଶା ଟିକିଏ ସତ। 

ଯାହାକୁ ଦେଖ ଆଜିର ଦିନେ

କ୍ୟାନସର ନାଁ ପଡୁଛି କାନେ। 

ଆଖିରେ ଥାଏ ବଞ୍ଚିବା ଆଶା

ଦେହ ସହେ ରେ କ୍ୟାମ ର ଭାଷା। 

ଦେହର କେଉଁ ସ୍ଥାନରେ ହେବ

ମଣିଷ ତାହା ଜାଣି ନ ଥିବ। 

ଚର୍ମ, ରକ୍ତ ଓ ଫୁସଫୁସ ରେ

ହାଡ, ସ୍ତନ ଓ ଗଳା ଭିତରେ। 

କ୍ୟାନସର ର ଜୀବାଣୁ ବ୍ୟାପେ

ଜୀବନର ରାସ୍ତା ସେ, ହିଁ ମାପେ। 

ଧନ, ଜୀବନ ହୁଅଇ କ୍ଷୟ

ପରିବାର ରେ ଦୁଃଖ ନିଶ୍ଚୟ।

ବଞ୍ଚିବା ସ୍ବପ୍ନ ଦେଖଇ ରୋଗୀ

ପଡିଥାଏ ସେ କଷ୍ଟକୁ ଭୋଗୀ। 

ଆସିବ କାଳେ ରିପୋର୍ଟ ଭଲ

କହିବ କିଏ ଘରକୁ ଚାଲ? 

ଏ ରୋଗ ପାଇଁ ରଶ୍ମି ଚିକିତ୍ସା 

ପାଣି ପରି ଯେ ଖର୍ଚ୍ଚ ପଇସା।

ଦେଖୁ ,ଦେଖୁ ଦେହ କ୍ଷୀଣ ହୁଏ 

ଶେଷେ ରୋଗୀର ଜୀବନ ନିଏ। 

ନାହିଁ ଏ ରୋଗେ ବୟସ ସୀମା 

ସାନ, ବଡ ଏ ଦେଖେନି ଜମା। 

ଆଜି ଭୟଭୀତ ଏ ଦୁନିଆ

ହୋଇଯିବ ସେ କାହା କନିଆଁ। 

ବମ୍ବେ, ବାଙ୍ଗାଲୋର ଓ କଟକ

ହାଇଦ୍ରାବାଦ ଆଉ ଯେତକ। 

ସବୁ ସରିବ ଡାକ୍ତରଖାନା 

ଶେଷେ କରିବେ ଡାକ୍ତର ମନା। 

କ୍ୟାନସର ର ଚିକିତ୍ସା ନାହିଁ 

ଏକା ସାହା ସେ ଜଗତ ସାଇଁ। 

ଧରା ପୃଷ୍ଠରେ ବଞ୍ଚିବା ଥିଲେ 

ନେଇ ନ ପାରେ ଯମ ଯେ ଭଲେ। 

ପ୍ରଭୁ ପାଦରେ ଧ୍ୟାନ ରଖିବ 

କ୍ୟାନସର ରୁ ରକ୍ଷା ପାଇବ। 

ପ୍ରଭୁ ରଖିଲେ କିଏ ମାରିବ? 

କ୍ୟାନ୍ସର ଛାର, କିସ କରିବ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational