STORYMIRROR

Dharmaraj Mahamallik

Tragedy

3  

Dharmaraj Mahamallik

Tragedy

କାଲି ଯଦି ମୁଁ ନ ରୁହେ

କାଲି ଯଦି ମୁଁ ନ ରୁହେ

1 min
377

କାଲି ଯଦି ମୁଁ ନ ରୁହେ ?

ଖୋଜିବନି ଆଉ ମତେ

ମୁଁ ତ ଥିବି ଏକ ଆଜ୍ଞାତବାସରେ  ।

ନୂଆଁ ଏକ ପୁର୍ନଜନ୍ମ ଆଶରେ  ।

ବ୍ୟସ୍ତତାରୁ ସମୟ ଟିକିଏ କାଢି

ଭସାଉଥିବ ନିତି ସ୍ମୃତି ଦରିଆରେ  ।

ମୃତ୍ୟୁର ଭାସମାନ ବାଦଲରେ

ଳୁଚିଯିବି ହୋଇ ଏକ ଚିହ୍ନ  ।

ତୁମ ମାନଙ୍କ ସ୍ୱପ୍ନ ରାଇଜରେ

ପ୍ରସ୍ଫୁଟିତ ହେବି ହୋଇ ଏକ ଜହ୍ନ  ।

କାଳ ଚକ୍ରରେ ପେଶି ହୋଇ ହୋଇ

ଭଟକୁ ଥିବି ଅନେକ ସ୍ଥାନ  ।

ଯଦି ଥିବ ଦେହେ ଟିକିଏ ପୁଣ୍ୟ

ମିଳିଯିବ ମତେ ଏକ ଅବତାର ଭିନ୍ନ  ।

ଯଦି ଥିବ ଦେହେ ପାପ ହିଁ ପାପ  ।

ନର୍କଗାମୀ ଲବ୍ଧି ,ଏ ଦେହ

ପ୍ରାୟଶ୍ଚିତ ପାଇଁ ପାଇବ ଦଣ୍ଡ ଅନେକ ।


Rate this content
Log in

Similar oriya poem from Tragedy