STORYMIRROR

ଦୀପଙ୍କର ଦାସ

Romance Tragedy Others

3  

ଦୀପଙ୍କର ଦାସ

Romance Tragedy Others

କାଲି ମନେ ବହୁତ୍ ତୁମେ ଆସିଥିଲ

କାଲି ମନେ ବହୁତ୍ ତୁମେ ଆସିଥିଲ

1 min
218

କାଲି ହାଲ୍କା ହାଲ୍କା ବର୍ଷା ଥିଲା

କାଲି ସନ୍ଧ୍ୟା ଖୁବ୍ ଅନ୍ଧାର ଥିଲା

ଫୁଲ ବି ମେଲା ମେଲା ଥିଲା

ପାଣିରେ ପାଖୁଡ଼ା ଭିଜିଥିଲା

ଆଉ ପବନେ ପବନେ ହଲୁଥିଲା

କାଲି ବେଙ୍ଗର ଡ଼ାକ ବି ସୁନ୍ଦର ଥିଲା

ଯେମିତି ତୁମ ନାଆ ଧରି ଡାକୁଥିଲା

ଝିଟିପିଟି ଟିକ୍ ଟିକ୍ କଲା

ଯେମିତି ତୁମ ସ୍ପନ୍ଦନ ଶୁଣାଉଥିଲା

ଗାଁରେ ବିଜୁଳି ବି ନଥିଲା

ମୋ ମନରେ ଆଲୋକ ଭରି ଥିଲା

କିଏ ଛତା ଧରି ଯାଉଥିଲା

କିଏ ଛାତ ଦେଖି ରହିଗଲା

ମୋ ଦେହ ଶୀତରେ ଥରୁଥିଲା

ମନ ପ୍ରେମରେ ଭିଜୁଥିଲା

କିଏ ବର୍ଷା ଦେଖି ହସୁଥିଲା

କିଏ ବନ୍ୟା ପାଇଁ ଉଦାସ ଥିଲା

ଚାରି ପାଖେ ଖୁବ୍ ପାଣି ଥିଲା

ମୋ ଓଠ କିନ୍ତୁ ଶୁଖିଲା ଥିଲା

କାଲି ମନେ ବହୁତ୍ ତୁମେ ଆସିଥିଲ

କାଲି ମନେ ବହୁତ୍ ତୁମେ ଆସିଥିଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance