ମନେପଡେ ତୁମ କଥା
ମନେପଡେ ତୁମ କଥା
କାହିଁକି କେଜାଣି ଏକେଲା ବେଳରେ
ମନେପଡେ ତୁମ କଥା
ଗଲା ସ୍ମୃତିସବୁ ଆମାନିଆଁ ହୋଇ
ଗାଆନ୍ତି ତୁମ କବିତା (୧)
କେବେ ନଈ କୂଳ ବର ଓହଳରେ
ମନ ତୁମେ ଖୋଜୁଥାଏ
କୁଅଁlର ପୁନେଇଁ ରୁପାର ଜହ୍ନରେ
ତୁମ ଛବି ଦେଖୁଥାଏ (୨)
ତୁମେ ଆସିବାର ସୁବାସେ ମହକେ
ମୋ ଗାଆଁର ଘାଟ ବାଟ
ତୁମରି ହସରେ ବସନ୍ତ ଫେରିଛି
ମନ ମୋ ଆଜି ଉଚ୍ଚାଟ (୩)
ଲାଜ ଲାଜ ତୁମ ସରଳ ଆଖିରେ
ଦେଖା ମୋର ସେଇ ଛବି
ତୁମରି ପ୍ରୀତିର ମଧୁର ପରଶେ
ଆଜି ମୁଁ ହୋଇଛି କବି (୪ )