ଭଗେ ମୁଁ ଦାରୁଣ କଷଣ
ଭଗେ ମୁଁ ଦାରୁଣ କଷଣ
ବୁଡିଗଲି ତୋର ବିଷଦ ପ୍ରେମରେ
ହୋଇଗଲି ମୁଁ ଭୂଷଣ
ପୂର୍ଣ୍ଣ ଜହରରେ ଜର୍ଜର ହେଉଛି
ଭୋଗେ ଦାରୁଣ କଷଣ |
ବିନାଶ ହୋଇଲା ମୋ ହୃଦ ମନ୍ଦିର
ହାଣି ହୋଇଗଲା ଆଜି
କିଭଳି ଯୋଡିବି ଜରାଶୀର୍ଣ୍ଣ ହୃଦ
ରକତେ ଯାଉଛି ଭିଜି |
ପଶିଗଲୁ ଯେହ୍ନେ ମୋ ମନ ହୃଦରେ
ପଶିଲା ଅଶୁଭ ଦିନ
କାହିଁକି ପଶିଲୁ ମୋ ମନ ମନ୍ଦିରେ
ଖରାପ ହୋଇଲା ମନ |
ପାଦ ପଡିଗଲା କର କଟିଗଲା
ଅଚଳ ହୋଇଲି ମୁହିଁ
ଶ୍ୱାସରୁଦ୍ଧ ହୋଇ ଅଶ୍ୱାସୀ ହେଲିଣି
ଭାବେ ଜଳିବ ମୋ ଜୁଇ ||

