STORYMIRROR

ବି. ନିରୁପମା

Inspirational Children

3  

ବି. ନିରୁପମା

Inspirational Children

କାଲି ହେବୁ ବଡ଼

କାଲି ହେବୁ ବଡ଼

1 min
260


            


ଆଜି ଆମେ ଶିଶୁ ଅଛୁ କାଲି ହେବୁ ବଡ଼,

ଡରିବୁନି ହାରିବୁନି ଆସିଲେ ବି ଝଡ଼ ।


ଆକାଶର ଜହ୍ନ ତାରା ବଗିଚାର ଫୁଲ,

ହୀରା, ନୀଳା, ମୋତିଠୁଁ ଯେ ବେଶୀ ଆମ ମୂଲ ।


ଆମେ ହସିଦେଲେ ପରା ଦୁନିଆଟା ହସେ,

ଋଷିଗଲେ ସବୁ ମୁହେଁ କଳାମେଘ ଦିଶେ ।


କଅଁଳ ମନ ଆମର ଅଟେ ପୂରା ସଫା,

ଜାଣୁ ଖାଲି ସଂସାରଟା ଜହ୍ନ ଭଳି ତୋଫା ।


ଘୃଣା, ହିଂସା, ଅହମିକା ଇଏ କେଉଁ ଚିଜ,

ତା' ବିଷୟେ ଜାଣିବାକୁ କରୁନା କେ ଖୋଜ ।


ଆମ ପରି ସାନ ଥିଲେ ଭଗତ, କାଲାମ,

ବଡ଼ ହୋଇ ଦୁନିଆରେ ରଖିଗଲେ ନାମ ।


ଆମେ ନିଶ୍ଚେ ବଡ଼ ହେବୁ ପାଠଶାଠ ପଢ଼ି,

ଫୁଟିବୁ ଯେ ଫୁଲଭଳି ଏବେ ଅଛୁ କଢ଼ି ।



Rate this content
Log in

Similar oriya poem from Inspirational