STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କାକରରେ ବିଜେ ଶୀତରାଣୀ

କାକରରେ ବିଜେ ଶୀତରାଣୀ

1 min
210


ସକାଳୁ ସକାଳୁ ଘାସ ଗାଲିଚାରେ

ଫୁଟେ ମୋତିର ଚମକ 

ଧରା ପୃଷ୍ଠେ ଶୀତରାଣୀ ବିରାଜିତ

ଚର୍ଚ୍ଚା ଏକକୁ ଆରେକ

ସୂର୍ଯ୍ୟ କିରଣ ର ଆଭା ଧୁମ୍ର ମୟ

କୁହୁଡି ଭରା ବଳୟ 

ତନ ମନ ପ୍ରାୟ ଶିହିରୀ ଉଠୁଛି

ଉଷ୍ମତା ପାଇଁ ଅଥୟ

ଅପେକ୍ଷା ରତ ଫୁଲ ଫୁଟି ଖେଳେ

ଶୀତୁଆ ପବନେ ଦୋଳି

ଶୀତ ବସ୍ତ୍ର ବିନା ନବ ଜାତ ଶିଶୁ

ଦେହ ଉଠାଏ ଉଛୁଳି

ରାସ୍ତା କଡରେ ବାସ ହିନ ପିଲାଏ

ନିଆଁ ଜାଳି ହୋଇ ମେଳି

ହସ ର ଆଭାସ ପଡୁଛି ଉଛୁଳି

ଉଷ୍ମତା କୁ ଅଙ୍ଗେ ବୋଳି

ଅଳସୁଆ ଶୀତ ସକାଳର ପ୍ରୀତି

ଖୁସି ନବ ବିବାହିତ

ଶୀତୁଆ ପିରତି ଭାରି ମିଠା ମିଠା

ପ୍ରୀତି ପାଇଁ ଶୀତ ହିତ

ଶୀତରାଣୀ କହେ କୁହୁଡି ଘୋଡେ଼ଇ

ସଅଳ ଉଠ ସକାଳେ 

ପ୍ରାତଃ ଭ୍ରମଣରେ ହୁଅ ଆଗଭର

ଖୋଲା ଆକାଶର ତଳେ

କଅଂଳିଆ ଖରା ମୁରୁକି ହସୁଛି

କୁହୁଡି ଭିତରେ ରହି

ଶୀତରାଣୀ ବାଟ ଓଗାଳି ଦେଇଛି

ଅବୟବ କୁ ଥରେଇ

ଶୀତରାଣୀ ର ଦେହ ଥରା ଠାଣି ରେ

ସ୍ମୃତି ଉଠେ ଝୁମି ଝୁମି 

ଥରି ଥରି ପ୍ରିୟା ଝୁରି ଝୁରାଉଛି 

ଲାଳସା ଦେବାକୁ ଚୁମି

ଶୀତୁଆ ସକାଳେ ଧ୍ୟାନ ରତ ବଗ 

ଗହୀର ଧାନ କ୍ଷେତରେ 

ସୁନେଲି କିରଣେ କୃଷକର ହସ

ବଗର ଧ୍ୟାନ ଭଗ୍ନରେ

କାକର ବର୍ଷାରେ ନୀରବତା ଭାଙ୍ଗି

ଜାଗି ଉଠେ ଶୀତରାଣୀ 

ସକାଳୁ ସକାଳୁ କୁହୁଡି ଘୋଡେ଼ଇ

ଦେଖାଉଛି କେତେ ଠାଣି

ଅପରାହ୍ନ ବୟସର ଯାତ୍ରୀ ଖୋଜେ

ଉଷ୍ମତା ପାଣି ପବନେ

ଶୀତରାଣୀ ର ଚିନ୍ତା ମଗ୍ନ ମୁଦ୍ରା

ବିଜେ ଥାଇ କାକରରେ ।।


Rate this content
Log in

Similar oriya poem from Abstract