STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କାକପୋଈ

କାକପୋଈ

1 min
208

କହକହ କାକପୋଈରେ କହ ଶୁଭ ବାରତା,

କେତେଦିନ ପରେ ଆସିବେ ରାମ ଲକ୍ଷ୍ମଣ ସୀତା ?


ଚଉଦ ବରଷ ବିତିଲା ରାମ ଗଲେ ବଣକୁ,

ପଥର କରିଛି ଛାତିକୁ ବୋଧଦେଇ ମନକୁ |

କାନ୍ଦନ୍ତି ପରଜା ସକଳେ କାନ୍ଦେ କୌଶଲ୍ୟା ମାତା | 

କହକହ କାକପୋଈରେ କହ ଶୁଭ ବାରତା |


ଅସୁର ରାବଣ ମାତିଲା ସୀତା ନେଲା ଚୋରାଇ,

ଅସୁରୁଣୀ ମେଳେ ରଖିଲା ଅଶୋକ ବନେ ନେଇ |

ଲଙ୍କାପୋଡ଼ା ହନୁ କହିଲା ଯାଇ ଶ୍ରୀରାମ କଥା |

କହକହ କାକପୋଈରେ କହ ଶୁଭ ବାରତା |


ଅସୁର ବଅଁଶ ବୁଡ଼ିଲା ରାମ ମାଇଲେ ବାଣ,

ସୀତାଙ୍କୁ ଖୋଜିକି ପାଇଲେ ଭାଇ ବୀର ଲକ୍ଷ୍ମଣ |

ଜାଣିଥା' ତୁ କାକପୋଈରେ ରାମ ଜଗତ ଜିତା |

କହକହ କାକପୋଈରେ କହ ଶୁଭ ବାରତା |



Rate this content
Log in

Similar oriya poem from Classics