Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

କାହିଁପାଇଁ ଶୁଖାଉ ମୁହଁ

କାହିଁପାଇଁ ଶୁଖାଉ ମୁହଁ

1 min
285


କାହିଁପାଇଁ ଶୁଖାଉ ମୁହଁ

କେଉଁ ପଟ ହାନି ହେଲା କି କୁହ ! |(0)


ମାତା ଗର୍ଭୁ ଯେବେ ଜନ୍ମ ହେଲୁ ଭବେ

 କେତେ ଦ୍ରବ୍ୟ ଆଣିଥିଲୁ ତୋ ସହ

ନଥିଲେ ସଙ୍ଗର ପ୍ରିୟ ପରିଚର

 ବକଟେ ଥିଲା ତୋ ଫୁଙ୍ଗୁଳା ଦେହ |(1)


ଧିରେ ଧିରେ ବଡ଼ ହୋଇଗଲୁ ମୂଢ

  କୁଢ଼ାଇଲୁ ଧନ କରି ଉପାୟ

ଦାରା ସୁତା ସୂତ ସେନେହେ ଆସକ୍ତ

  ବରିଲୁ ବିଷୟା ବିଷୟ ମୋହ |(2)


ବଢ଼ିଲା ବେପାର ମାଡ଼ିଲା ଅପାର

  ଆସିଲା ବାର୍ଦ୍ଧକ୍ୟ ମରଣ ଭୟ

ବୁଡ଼ିଗଲା ଧନ ହଜିଲା ସମ୍ମାନ 

 କ୍ଷତି ପାଇଁ ହେଉ ଭାରି ଅଥୟ |(3)


କିଛି ତ ନଥିଲା କିବା ସରିଗଲା

 ଲାଭ କ୍ଷତି ପ୍ରଶ୍ନ ନାହଁ ନିଶ୍ଚୟ

ଏ ଭବ ସାଗର ଯାର ଖେଳଘର

 ଶ୍ରୀପଦ ପଙ୍କଜେ ନକଲୁ ଲୟ |(4)


ଲୋଭେ ହୋଇ ବାଇ ଧନକୁ କୁଣ୍ଢାଇ

  ଧର୍ମ ଛାଡ଼ି ପାପ କଲୁ ସଞ୍ଚୟ 

ମିଥ୍ୟା ଏ ଦୁନିଆ ଅଢ଼େଇ ଦିନିଆ

 ଚକାଡୋଳା ପଦେ ଶରଣ ନିଅ |(5)



Rate this content
Log in

Similar oriya poem from Inspirational