STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

କାହିଁକିଏପରିହୁଏ

କାହିଁକିଏପରିହୁଏ

1 min
13.7K


ହେଉ ସେ ଦ୍ରଉପଦୀ ଅବା

ହେଉ ସେ ଅହଲ୍ୟା,

ହେଉ ସେ ଜାନକୀ ଅବା

ହେଉ ସେ ସତୀ,

ଏମାନେ ତ ନାରୀ।

ଏଇମାନେ ନାରୀ ପୁଣି

ନାରୀ ରୂପେ ନାରାୟଣୀ।

କୁନ୍ତି,ମନ୍ଦୋଦରୀ ପୁଣି

ଲକ୍ଷ୍ମୀ ବାଇ ରାଣୀ।

ପି.ଟି.ଉଷା, ସୁନୀତା,

ପ୍ରତିଭା ଦେବୀ ଆଉ ନନ୍ଦିନୀ,

କୁହ?

କେଉଁ ଗୁଣେ କମ୍ ଅଛି,

ଆଜିର ଏ ନାରୀ?

କାହିଁକି?

କାହିଁକି ,ତା ପ୍ରତି ହୁଏ

ଏତେ ଅତ୍ୟାଚାର?

ଜନ୍ମରୁ,

ନା' ନା',

ଜନ୍ମରୁ ନୁହେଁ,

ଜନମ ଆଗରୁ,

ମାତାଗର୍ଭୁ,ଆରମ୍ଭ ହୁଏ, ଏ ଯାତନା।

ସତେ ଯେମିତି ଅଖୋଜା,ଅଲୋଡ଼ା ସିଏ,

ନାହିଁ କା'ର କିଛି ପ୍ରୟୋଜନ।

କାନଖୋଲି ଶୁଣ ଆଉ

ହୃଦ ମଧ୍ୟେ ତୁମେ ଗୁଣ।

ନାରୀ ସୃଷ୍ଟି ସ୍ଥିତି ପୁଣି କଲ୍ୟାଣମୟୀ,

ସ୍ନେହ ଦୟା, କରୁଣାର ଅବତାରିଣୀ।

ନାରୀ ନିରବି ଗଲେ,

ପ୍ରଳୟ ଅବଶ୍ୟମ୍ଭାବୀ,

ଯନ୍ତ୍ର ମୋହେ ମୋହାଛନ୍ନ ହୋଇ

ନାରୀ ବଂଶ ଧ୍ବଂସରେ

ମନ ଦେଲେ,

ପୃଥ୍ଵୀନିଶ୍ଚେ ଧ୍ୱଂସମୁଖେ ପତିତହିଁ ହେବ।

ତଥାପି କାହିଁକି ଏପରି?


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର।


Rate this content
Log in

Similar oriya poem from Inspirational