କାହିଁକି ?
କାହିଁକି ?
ପରିଚୟହୀନ ପକ୍ଷୀଟିଏ ଥିଲି
ଏକା ଏକା ଦୁନିଆରେ
ତୁମେ ଆସି ମୋତେ ତୋଳି ନେଇଗଲ
ବାହୁର ବନ୍ଧନରେ,
ପହିଲି ପିରତି ମହକର ସାଥେ
ସପନେ ଆସିଲ ଉଇଁ
କେତେ ନୂଆ ଆଶା ଭରିଦେଲ ମନେ
ହୃଦୟ ଦୁଆର ଡେଇଁ,
ଥର ଥର ଦେହ ହେଉଥିଲା ମୋର
ତୁମରି ପରସ ଲାଗି
ପ୍ରେମର ଡୋରରେ ଛନ୍ଦି ଦେଲ ମୋତେ
ପଲକେ ରହିଛି ଜାଗି,
ଥିଲା ଯଦି ମନେ ପ୍ରତାରଣା ସ୍ୱର
କାହିଁକି ପାଖେ ଆସିଲ
ଲୁହ ଦରିଆରେ ମୋତେ ଛାଡ଼ିଦେଇ
ଅନ୍ଧାରେ ଦୂରେଇ ଗଲ,
