STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

କାହିଁକି ?

କାହିଁକି ?

1 min
113

ପରିଚୟହୀନ ପକ୍ଷୀଟିଏ ଥିଲି

ଏକା ଏକା ଦୁନିଆରେ

ତୁମେ ଆସି ମୋତେ ତୋଳି ନେଇଗଲ

ବାହୁର ବନ୍ଧନରେ,

ପହିଲି ପିରତି ମହକର ସାଥେ

ସପନେ ଆସିଲ ଉଇଁ

କେତେ ନୂଆ ଆଶା ଭରିଦେଲ ମନେ

ହୃଦୟ ଦୁଆର ଡେଇଁ,

ଥର ଥର ଦେହ ହେଉଥିଲା ମୋର

ତୁମରି ପରସ ଲାଗି

ପ୍ରେମର ଡୋରରେ ଛନ୍ଦି ଦେଲ ମୋତେ

ପଲକେ ରହିଛି ଜାଗି,

ଥିଲା ଯଦି ମନେ ପ୍ରତାରଣା ସ୍ୱର

କାହିଁକି ପାଖେ ଆସିଲ

ଲୁହ ଦରିଆରେ ମୋତେ ଛାଡ଼ିଦେଇ

ଅନ୍ଧାରେ ଦୂରେଇ ଗଲ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract