STORYMIRROR

kahnu charan sahu

Tragedy

2  

kahnu charan sahu

Tragedy

କାହିଁକି

କାହିଁକି

1 min
3.0K

କାହିଁକି ଆସିଲ ଜୀବନେ ମୋହର

ଅଦିନ ବରଷା ହୋଇ

କାହିଁକି ଆସି ଗୋ ଫେରିଗଲ ତୁମେ

ହୃଦୟେ ଆଘାତ ଦେଇ


କାହିଁକି ନିଜର ହୋଇଲ ମୋହର

ଚାଲିଗଲ ପର କରି

କାହିଁକି ଖେଳିଲ ହୃଦୟକୁ ମୋର

ଖେଳଣାଟେ ତୁମେ କରି


କାହିଁକି ଭାବିଲି କେଜାଣି ତୁମକୁ

ନିଜଠୁ ନିଜର ବୋଲି

କାହିଁକି ମାରିଲ ଭାବନାକୁ ମୋର

ରକତର ହୋଲି ଖେଳି


କାହିଁକି ବିଶ୍ୱାସ କରିଲି ତୁମକୁ

ବିଶ୍ୱାସରେ ଦେଲ ବିଷ

କାହିଁକି ଭୁଲିଲି ନିଜର ଅସ୍ତିତ୍ବ

ହଜିଲା ଅଧାରୁ ହସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy