STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କାହିଁକି?

କାହିଁକି?

1 min
93

ସତ୍ୟ ପଥେ କାଳେ ବାଟ ଚଳୁଥିଲେ

ହୁଏନି ଅଶୁଭ ଆଉ ପରା ପରାଜୟ

କାହିଁକି ତାହେଲେ ଅନ୍ୟାୟ ଦୁଆରେ

ସତ୍ୟବାଦୀ ପାଏ ଜୀବନ ଫାସ


ପାପ କର୍ମ କରି ଅପରଧୀ ହେଲେ

ଯଦି ମିଳେ କେତେ ନରକ ଦଣ୍ଡ

କେତେ ପାପୀ ଏଠି ନ୍ୟାୟକୁ କିଣନ୍ତି

ଖୋଲା ଖୋଲି କରି ନରକ କାଣ୍ଡ


ହୋମ ନିଆ ଆଗେ ଶପଥ କରିଣ

ଯିଏ ସାତ ଜନମର ସାଥି ହୁଅଇ

ସ୍ୱାର୍ଥ ପାଇଁ କାହିଁ ଲାତ ମାରି ସିଏ

ଅଧା ବାଟେ ସାତପର ହୁଅଇ


ବନ୍ଧୁ ବୋଲି ଯିଏ ବିପଦ ସମୟେ

ହାତ ଯୋଡ଼ି ମାଗେ ଟଙ୍କା ପଇସା

କାମ ସରିଗଲେ ଭୁଲିଯାଏ ସବୁ

ମନୁ ପୋଛିଦେଇ ପୁରୁଣା କଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract