STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

କାହିଁକି ଶୁଭୁନି ଡାକ

କାହିଁକି ଶୁଭୁନି ଡାକ

1 min
172


ଡାକି ଡାକି ମୁହିଁ      ଅଥୟ  ହେଲିଣି

       ଶୁଣୁ ନାହଁ କିମ୍ପା ଡାକ

ଦୟା କିମ୍ପା ତୋର     ପଡୁ ନାହୁ ମୋତେ

       ଭକ୍ତିରେ ଡାକୁଛି ଡାକ।


ଅଭିଳାଷ ମୋର      ନାହିଁ ରେ କାଳିଆ

       ଡାକୁଛି ଜନତା ପାଇଁ

ରୋଦନ କରନ୍ତି      ଦେଶର ଜନତା

       ଭୋଜୁଛି ତାଙ୍କରି ପାଇଁ।


କି ଦେଇ ପୂଜିବି      ତତେ ରେ କାଳିଆ

       ବୁଦ୍ଧି ଦିଶୁ ନାହିଁ ଏବେ

ଘୋର ବିପଦରୁ      ପାରି କର ତାଙ୍କୁ

       ଭୟାଭୟ ଦିଶେ ଏବେ।


ମରୁଛନ୍ତି ଜନେ      ମିଳୁ ନାହିଁ ପିଣ୍ଡ

       କ୍ରୀୟା କର୍ମ ସବୁ ଗଲା

କି ରୋଗଟି ତୁହି     ଦେଶରେ ଆଣିଲୁ

       ପିଣ୍ଡ ସଂସ୍କାର ଭି ଗଲା।


ଅତି ଭୟଙ୍କର       ଭୟାଭୟ ବେଳ

       ଯୋଡି ଦେଲୁ ଦେଶ ମଧ୍ୟେ

ହାହାକାର ରାବ      ଗୁଞ୍ଜି ଉଠୁ ଅଛି

       ଖୁସି ନାହିଁ ଦେଶ ମଧ୍ୟେ।


ବଡ଼ଦାଣ୍ଡେ ତୋର       ଚହଳ ନାହିଁ ରେ

       ବୁଝି ପାରୁ ନାହଁ କିମ୍ପା

ନିରବେ ବସିଛୁ       ନୀରବ ହୋଇଣ

      ଡାକ ନ ଶୁଣୁଛି କିମ୍ପା।


ଅତି ହିଁ ନିଷ୍ଠୁର        ତୁହିହିଁ କାଳିଆ

      ଭକ୍ତ ଡାକୁ ଅଛି ତତେ

କର୍ଣ୍ଣ ଡେରି ଡାକ      ଶୁଣ ତୁ କାଳିଆ

      ଦିଶୁ ନାହଁ କିଛି ସତେ।


ଡାକି ଡାକି ମୁହି       ଅଥୟ ହେଲିଣି

      ଶୁଣ ନାହଁ କିମ୍ପା ଡାକ

ଦୟା କିମ୍ପା ତୋର     ପଡୁ ନାହୁ ମୋତେ

      ଭକ୍ତିରେ ଡାକୁଛି ଡାକ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational