STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

କାହିଁକି ରାମାୟଣ ( ଦ୍ବିତୀୟ ଭାଗ )

କାହିଁକି ରାମାୟଣ ( ଦ୍ବିତୀୟ ଭାଗ )

2 mins
245


ରାମ ଜନ୍ମ ପରେ ଅଯୋଧ୍ୟା ନଗର

ଉତ୍ସବରେ ମୁଖରିତ

ଦଶରଥଙ୍କର ମନ ପୁଲକିତ

ଦେଲେ ଦାନ ଅଯାଚିତ।

ବିଶ୍ବାମିତ୍ରଙ୍କ ପାଖରେ ରାଜନ

ବିଦ୍ଯା ଶିକ୍ଷା କରାଇଲେ

ଶିକ୍ଷା ଲଭିଣ ଶ୍ରୀରାମଚନ୍ଦ୍ର

ଶ୍ରେଷ୍ଠ ଧନୁର୍ଦ୍ଧର ହେଲେ।

ତାଡକା, ସୁବାହୁ ମାରିଣ ଶ୍ରୀରାମ

ମାରିଚକୁ କ୍ଷମାକଲେ

ହାବଡା ଶରରେ ମାରିଚ କୁ ସିଏ

ଲଙ୍କାକୁ ପଠାଇ ଦେଲେ।

ଅହଲ୍ଯା ଉଦ୍ଧାର କରି ପ୍ରଭୁରାମ

ମିଥିଲା ରେ ପ୍ରବେଶିଲେ

ସୀତା ସ୍ବୟଂବର ସଭାରେ ରହିସେ

ଶିବଧନୁକୁ ଦେଖିଲେ।

ଆସିଥିଲେ କେତେ ମହାନ ନରେଶ

ଭାଙ୍ଗି ପାରିଲେନି ଧନୁ।

ବିଶ୍ବାମିତ୍ରଙ୍କ ଅନୁରୋଧ ରଖି

ରାମ ଆକର୍ଷିଲେ ଧନୁ।

ସୀତାଙ୍କୁ ବିବାହ କରିଣ ଶ୍ରୀରାମ

ଫେରୁଥିଲେ ଅଯୋଧ୍ୟା କୁ।

ପର୍ଶୁରାମ ଆସି ପଥ ଓଗାଳିଣ

ଆହ୍ବାନ କଲେ ରାମଙ୍କୁ।

ପର୍ଶୁରାମ ଙ୍କ ଦର୍ପ ଚୂର୍ଣ୍ଣ କରି

ଅଯୋଧ୍ୟା ଫେରିଲେ ରାମ

ଅଭିଷେକ ପାଇଁ ଦଶରଥ ରାଜା

ସ୍ଥିର କଲେ ତିଥୀ ଦିନ।

ରାବଣ ବିଚରା ସୀତା ସ୍ବୟଂବରୁ

ଫେରିଥିଲା ଅପମାନେ

ରାମ ଅଭିଷେକ ନକରାଇବାକୁ

ଯୋଜନା କଲା ସେ ମନେ।

ନିଶାର୍ଦ୍ଧ ରେ ଦିନେ ଅଯୋଧ୍ୟା ଆସି ସେ

ମନ୍ଥରା କୁ ଭେଟ କଲା

ପୂର୍ବ ଜନ୍ମ ର ବୃତାନ୍ତ ତାହାର

ଗୋଟି ଗୋଟି ବଖାଣିଲା।

ସତ୍ୟ ଯୁଗରେ ମନ୍ଥରା ଥିଲା

ବଳୀ ର ଗେହ୍ଲୀ ଭଉଣୀ

ବଳୀର ପାତାଳ ଗମନ ବିଷୟ

ବଖାଣିଲା ଲଙ୍କାମଣି।

ମନ୍ଥରା ମୁଣ୍ଡରେ ପ୍ରତିଶୋଧ ବହ୍ନି

ପ୍ରଜ୍ବଳିତ କରିଦେଇ

ବଳୀହନ୍ତା ଯେ ଏହି ରାମଚନ୍ଦ୍ର

ମନ୍ଥରା କୁ ଗଲା କହି।

ରାକ୍ଷସ କୂଳକୁ ଉଦ୍ଧାର ପାଇଁ କି

ନିଅ ତୁହି ପ୍ରତିଶୋଧ

ଏମିତି ବୁଦ୍ଧି ତୁ ଖଞ୍ଜି ଦେ ମନ୍ଥରା

ରାମ ନ ହେଉ ନରେନ୍ଦ୍ର।

ମନ୍ଥରା ର କ୍ରୋଧ ପ୍ରଜ୍ବଳିତ ହେଲା

ବିଚାରିଲା ସିଏ ମନେ

ବଳୀ ହତ୍ଯାର ପ୍ରତିଶୋଧ

ନେବ ନିଶ୍ଚୟ ଆଜିଦିନେ।

କୈକେୟୀ କାନରେ ମନ୍ତ୍ରଣା କରିସେ

ପେଷିଲା ରାମଙ୍କୁ ବନ।

ଭରତ ଅଯୋଧ୍ୟା ନରେଶ ହୋଇଲେ

ରାମ ପାଦୁକା ପୂଜିଣ।

ଏପରି ରାବଣ ରଚି ନାନା ଫନ୍ଦି

ଅସୁର ପଠାଏ କେତେ।

ସଫଳ ନ ହୋଇ ରାମଙ୍କ ନିଧନ

ଉପାୟ ଚିନ୍ତେ ସେ କେତେ।

କ୍ଷମତା ରେ ଅନ୍ଧ ହୋଇ ଦଶାନନ

ଅମରତ୍ବ ପ୍ରାପ୍ତି ପାଇଁ

ନିଜେ ରଚିଅଛି ରାମାୟଣ ସେହି

ନିଜର ନିଧନ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics