STORYMIRROR

Kali Kumar

Romance

4  

Kali Kumar

Romance

କାହାଣୀଟିଏ ଗଢ଼ିବା

କାହାଣୀଟିଏ ଗଢ଼ିବା

1 min
264

ଏଠି ଅନେକଙ୍କର କିଛି କାମ ନାହିଁ

ଚାଲ !

ସେମାନଙ୍କୁ ଗୋଟିଏ କାମ ଦେବା

ତୁମ - ମୋ ବିଷୟରେ ଅର୍ଥହୀନ ଚର୍ଚ୍ଚା ପାଇଁ

କିଛି ତାଜା ଓ ସତେଜ,

ଖୋରାକ ଯୋଗାଇଦେବା;

ଚାଲ !

ଆମେ ଆଉ ଏକ ପ୍ରେମ କାହାଣୀ ଆରମ୍ଭ କରିବା ।।


ସେଥିପାଇଁ କିନ୍ତୁ ଆମକୁ

ବଦନାମ ହେବାକୁ ପଡ଼ିବ, 

କିଛି ତିରସ୍କାର , କିଛି କଟୁ ଶବ୍ଦ ସହିବାକୁ ହେବ,

ବେଳରେ ଅବେଳରେ, ବାଟରେ ଘାଟରେ, ହୃଦୟରୁ

ରକ୍ତ ବୁହାଇବାକୁ ହେବ, ନ ହେଲେ

ଏ କାହାଣୀ, କଣ କାହାଣୀ ହୋଇବ ?


ମୁଁ ଜାଣେ,

ଆମ ସମ୍ପର୍କକୁ ରୋକିବା ପାଇଁ

ଆମ ପଛେ ପଛେ ଅନେକେ ଆସିବେ ଧାଇଁ,

ଯେମିତି, ବୁଲା କୁକୁରଟିଏ ଆସେ,

ଡଷ୍ଟବିନ୍ ଖୋଳରୁ, ମାଛ-ମାଂସର ଗନ୍ଧ ପାଇ, ସେମିତି

ଆମ ପଛେ ପଛେ ଆସିବେ ଧାଇଁ ।।


ତା' ପରେ

ତୁମ - ମୋ ସମ୍ପର୍କ ଦେଖି

ଅନେକଙ୍କ ଅଣ୍ଟାରେ ପବନ ଅଟକିବ

ମୁଣ୍ଡରେ ଆକାଶ ଛିଣ୍ଡିବ

ପାଦ ତଳୁ ପୃଥିବୀ ଖସିବ

କିଛି ନ ହେଲେ, ଅଦୃଶ୍ୟେ କେହିଜଣେ

ସେମାନଙ୍କ ଆଖିରେ ଧନୁଆ ଲଙ୍କା ଘସି ଦେବ ।


ରାମାୟଣରେ ମନ୍ଥରା, ମହାଭାରତରେ ଶକୁନି ନଥିଲେ

ସେ କାହାଣୀ , କଣ ଅମର ହୋଇବ ?


 ଅନେକଙ୍କର କିଛି କାମ ନାହିଁ

ଚାଲ !

ସେମାନଙ୍କୁ ଗୋଟିଏ କାମ ଦେବା ।।



Rate this content
Log in

Similar oriya poem from Romance