STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

କାହାକୁ ଖୋଜୁଛି ମନ

କାହାକୁ ଖୋଜୁଛି ମନ

1 min
243

ଚିନ୍ତା ଚେତନାର ଉର୍ଦ୍ଧ୍ଵ ସୋପାନେ

କାହାକୁ ଖୋଜୁଛି ମନ

କାହାର ସାନ୍ନିଧ୍ୟ କରେ ଉଦବେଳିତ

ଭାଙ୍ଗିଦେଇ ସବୁ ଧ୍ୟାନ

ନୁହେଁ ସେତ ନାରୀ ନୁହେଁ ସେ ପୁରୁଷ

ସିଏତ ପୁରୁଷୋତ୍ତମ

ଚିନ୍ତା ଚେତନା ର l


ଆଶା ନିରାଶାର ମରୁବାଲି ପରେ

କିଏ ଫୁଟାଇଛି ପଦ୍ମ

ଜୀବନ ଯନ୍ତ୍ରଣା ଜଂଜାଳ ଫେଇ

ଡାକେ ପ୍ରତିବେଶୀ ଛଦ୍ମ

ନୁହେଁ ଅଭିମାନ ଅବା ସ୍ୱାଭିମାନ

ସେତ ମନ୍ତ୍ର ସମ୍ମୋହନ

ଚିନ୍ତା ଚେତନା ର l


ମାତୃ ଗର୍ଭରୁ ମୃତ୍ୟୁର ଦ୍ୱାର

ଲମ୍ବା ଏକ ବ୍ୟବଧାନ

କେବେ ମସ୍ତକେ ପ୍ରଶସ୍ତି ମୁକୁଟ

ଅବା କେବେ ବଦନାମ

ନୁହେଁ ସେ ଜୀବନ ଅବା ଯଉବନ

ସେତ ବିଧିର ବିଧାନ

ଚିନ୍ତା ଚେତନା ର ଉର୍ଦ୍ଧ୍ୱ ସୋପାନେ

କାହାକୁ ଖୋଜୁଛି ମନ l

    


Rate this content
Log in

Similar oriya poem from Inspirational