STORYMIRROR

Pramila Mohanty

Abstract

4  

Pramila Mohanty

Abstract

କାହାକୁ କାହିଁକି କହିବା

କାହାକୁ କାହିଁକି କହିବା

1 min
240


କାହାକୁ କାହିଁକି କହିବା

ନିଜ କର୍ମରେ

ଯାହା ଲେଖା ଥିଲା 

ତାକୁ ନିଜେ ହିଁ ଭୋଗିବା

କେହି ନିଏ ନାହିଁ

ଦରଦ କାହାର

କେବଳ ଟାହି ଟାପରା 

ସାର ହେବ ତାକୁ କାହିଁ ଶୁଣିବା

ନିଜ ଭୁଲ୍ ର ପ୍ରାୟଶ୍ଚିତ

ନିଜେ ନିଜେ ହିଁ କରିବା

ପଡି ଅଛି ଆଗକୁ

ବହୁ ଵାଟ ଦେଖି ଚାହିଁ ଚାଲିବା,

ଆସୁ ପଛେ କେତେ ଝଡ଼

କଣ୍ଟା ଲଟା ମାଡି ମାଡି 

ଆଗକୁ ବଢିବା ।

ଜୀବନ ପଥଯେ

ବହୁ ଲମ୍ବା ଦୁର୍ଗମ

କିଏ ଜାଣେ କେତେବେଳେ

ଆମ ସହ ଘଟିବ କଣ,

ବିଧାତା ଲେଖି ଛାଡିଛି ଯାହା କରମେ

ତାକୁ ଆଦରି ଆଗକୁ ଯିବା

ନିଜ ଆଖି ଲୁହ ନିଜେ ହିଁ ପୋଛିବା

ଏତ ଦୁନିଆର ରୀତି

ଦୁଃଖ କଷ୍ଟ ସହି ଆଗକୁ ବଢ଼ିବା

ନିଜ ଜନମକୁ ନିଜେ

ଗଢି ତୋଳିବା ।


Rate this content
Log in

Similar oriya poem from Abstract