STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

କାଗଜ ଉଡାଜାହାଜ

କାଗଜ ଉଡାଜାହାଜ

1 min
12.2K

ଉଡିଯିବି ମୁହିଁ ଦୂର ଆକାଶକୁ 

ଉଡାଜାହାଜଟେ ପରି ,

ଧରାଦେବି ନାହିଁ କେବେ ତୁମ ହାତେ 

ଉଡିବି ଆକାଶ ଚିରି ।


ମୁକ୍ତ ବିହଙ୍ଗର ସମ ଡେଣାଝାଡି 

ବୁଲିବି ମୁକ୍ତ ଗଗନେ ,

ହୃଦୟ ଖୋଲି ମୁଁ ଚିତ୍କାର କରିବି

ହସୁଥିବି ମନେ ମନେ ।


କାଗଜ ତିଆରି ଉଡାଜାହାଜ ମୁଁ 

ନୁହେଁ ମୁଁ ଯନ୍ତ୍ର ଚାଳିତ ,

ମୋ ଦେହରେ ନାହିଁ କିଛି ଯନ୍ତ୍ରପାତି 

ନୁହେଁ ମୁଁ କେବେ ବ୍ୟଥିତ ।


ସପନକୁ ମୋର ହାତେ ଧରି ନେଇ 

ଉଡିଯିବି ବହୁଦୂର ,

କେହି କେବେ ମୋତେ ଧରିପାରିବେନି

ଚାଲିଯିବି ଏତେ ଦୂର ।


ମଣିଷ ସମାଜ ବୁଝେ ନାହିଁ କେବେ 

ମୋହରି ହୃଦୟ ବ୍ୟଥା ,

କହିଦେଲି ମୁହିଁ ଅନ୍ତର ବେଦନା 

ମୋ ମନ ଗହନ କଥା ।



Rate this content
Log in

Similar oriya poem from Abstract