କାଗଜ ଫୁଲ
କାଗଜ ଫୁଲ
କାଗଜ ଫୁଲଟେ ଏଇ ବଗିଚାରେ
ଦେହରେ ଗୋଲାପି ସ୍ୟାହି
ସେହି ବଗିଚାର ଏନ୍ତୁଡ଼ି ଶାଳରେ
ଫୁଟେ ସେ ଗୋଲାପୀ ହୋଇ...|
ଫୁଲେ ଫୁଲେ ହସେ ସୁନେଲି ସ୍ବପ୍ନରେ
ବୁକୁରେ ରକ୍ତର ନିଆଁ
ବାସ୍ନାରେ ଭିଜେ ତା' ତୂଳିତଳ୍ପ ଶେଯ
ଜଳେ ସେ ସାରା ଦୁନିଆଁ...|
କଣ୍ଟକ ବନର ଅଷ୍ଟମ ରାଗ ସେ
ବିଦଗ୍ଧ ବସନ୍ତ ଜାଣି....l
ମନ ମରୀଚିକା ଟାଣେ ସୀମାରେଖା
ଆଶା ନଈ ବୈତରଣୀ... |
ଫୁଲେ ଫୁଲେ ବଞ୍ଚେ,ବାସ୍ନା ହୀନ ପୁଣି,
ତା ବୁକୁ ଫୁଲ ରଙ୍ଗୀନ,
ଅବୁଝା ଫୁଲଟେ ମନ କାଗଜରେ
ଅଲୋଡ଼ା ଫୁଲ କାହାଣୀ...|

