କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
ପିଲାଦିନ କଥା କେତେ ଯେ ନିଆରା
ମନେ ସଦା ରହିଥାଏ
ପିଲାଦିନ ସେଇ ମିଠା ଚଗଲାମୀ
ଆଖି ଆଗେ ଭାସିଯାଏ
ବହିରେ ମୋହର ପଢ଼ିଥିଲି ଯେବେ
କାଗଜଡଙ୍ଗା ଗଢିବା
ସାଙ୍ଗଙ୍କୁ ମୋହର ପଚାରିଥିଲି ମୁଁ
କେମିତି ଯେ ତାକୁ କରିବା
ସମସ୍ତଙ୍କ ଠାରୁ ଆସ୍ତେ ଆସ୍ତେ କରି
ଡ଼ଙ୍ଗା ଯେ ମୁଁ ଶିଖିଗଲି
ଭଳିକି ଭଳିକି କାଗଜ ମୁଁ ଚିରି
ଡ଼ଙ୍ଗା ଯେ ତିଆରି କଲି
ଝଡି ବର୍ଷା କଥା ମନେ ମୋର ଅଛି
ସ୍କୁଲ ସମୟର ବେଳ
ଲାଗିଥିଲା ବର୍ଷା ଏକାଳେ ସେଦିନ
ଭାସୁଥୁଲେ ମେଘ ମାଳ
ବଦଳ ପାଣି ଯେ ସ୍କୁଲ ଆଗରେ
ବହୁ ଜୋରେ ଯାଉଥିଲା
ପାଣି ଦେଖିକରି ଏତେ ଜୋରରେ
ଡର ପୁରା ଲାଗୁଥିଲା
ଡର ସିନା ମନେ ରହିଥିଲା ଅଳ୍ପ
ଦୁଷ୍ଟାମୀ ବି ରହିଥିଲା
ସାଙ୍ଗଙ୍କ ସାଥିରେ ସେଦିନ ଆମର
ଡ଼ଙ୍ଗା ଗଢ଼ା ହୋଇଗଲା
ପ୍ରତିଯୋଗିତା ଯେ ଆରମ୍ଭ ଯେ ହେଲା
କାହା ଡ଼ଙ୍ଗା କେତେ ବଡ଼
କାହା ଡ଼ଙ୍ଗା କେତେ ଦୂର ଯେ ଭାସିବ
କିଏ ପକେଇବ ବୁଡ଼
ଭଳି ଭଳି ଡ଼ଙ୍ଗା ତିଆରି ଯେ ହେଲା
ଖାତା ଆମ ଚିରିକରି
ଡ଼ଙ୍ଗା ନିଜ ଧରି ସ୍କୁଲ ବାରଣ୍ଡାରୁ
ଦେଲୁ ଯେ ବାହାର କରି
ବଦଳ ପାଣିରେ ଭସେଇ ଦେଇକି
ଗୀତ ଆମେ ଗାଉଥିଲୁ
ଭାସିଯା ମୋର କାଗଜ ଡ଼ଙ୍ଗା ଯେ
ସମସ୍ତେ ଯେ କହୁଥିଲୁ
ଭାସିଯାଆରେ ଡ଼ଙ୍ଗା ଦୂରକୁ ମୋହର
ନଦୀ ଆଡେ ଚାଲିଯିବୁ
ସୁଅକୁ କାଟିକି ଆସ୍ତେ ଆସ୍ତେ କରି
ସମୁଦ୍ରକୁ ତୁହି ଯିବୁ
ପଛପଟୁ ଯେବେ ପାହାର ବସିଲା
ଶିକ୍ଷକଙ୍କୁ ଦେଖୁଥିଲୁ
ପିଠିରେ ଖାଇକି ଶିକ୍ଷକଙ୍କ ମାଡ଼
ଡ଼ଙ୍ଗାକୁ ତ ଚାହୁଁଥିଲୁ
ଆଜି ବି ସେଇ ଦିନ ମୋର ସବୁ
ଆଖି ଆସେ ଚାଲିଆସେ
କାଗଜ ଡ଼ଙ୍ଗାର କଥା ସବୁ ମୋର
ହୃଦୟରେ ଭାସିଆସେ