STORYMIRROR

Mahendra Kumar Swain

Tragedy

4  

Mahendra Kumar Swain

Tragedy

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
564

ପିଲାଦିନ କଥା କେତେ ଯେ ନିଆରା

ମନେ ସଦା ରହିଥାଏ

ପିଲାଦିନ ସେଇ ମିଠା ଚଗଲାମୀ

ଆଖି ଆଗେ ଭାସିଯାଏ 


ବହିରେ ମୋହର ପଢ଼ିଥିଲି ଯେବେ 

କାଗଜଡଙ୍ଗା ଗଢିବା

ସାଙ୍ଗଙ୍କୁ ମୋହର ପଚାରିଥିଲି ମୁଁ

କେମିତି ଯେ ତାକୁ କରିବା 


ସମସ୍ତଙ୍କ ଠାରୁ ଆସ୍ତେ ଆସ୍ତେ କରି

ଡ଼ଙ୍ଗା ଯେ ମୁଁ ଶିଖିଗଲି

ଭଳିକି ଭଳିକି କାଗଜ ମୁଁ ଚିରି

ଡ଼ଙ୍ଗା ଯେ ତିଆରି କଲି 


ଝଡି ବର୍ଷା କଥା ମନେ ମୋର ଅଛି

ସ୍କୁଲ ସମୟର ବେଳ

ଲାଗିଥିଲା ବର୍ଷା ଏକାଳେ ସେଦିନ

ଭାସୁଥୁଲେ ମେଘ ମାଳ 


ବଦଳ ପାଣି ଯେ ସ୍କୁଲ ଆଗରେ 

ବହୁ ଜୋରେ ଯାଉଥିଲା

ପାଣି ଦେଖିକରି ଏତେ ଜୋରରେ 

ଡର ପୁରା ଲାଗୁଥିଲା


ଡର ସିନା ମନେ ରହିଥିଲା ଅଳ୍ପ

ଦୁଷ୍ଟାମୀ ବି ରହିଥିଲା

ସାଙ୍ଗଙ୍କ ସାଥିରେ ସେଦିନ ଆମର 

ଡ଼ଙ୍ଗା ଗଢ଼ା ହୋଇଗଲା 


ପ୍ରତିଯୋଗିତା ଯେ ଆରମ୍ଭ ଯେ ହେଲା

କାହା ଡ଼ଙ୍ଗା କେତେ ବଡ଼

କାହା ଡ଼ଙ୍ଗା କେତେ ଦୂର ଯେ ଭାସିବ

କିଏ ପକେଇବ ବୁଡ଼ 


ଭଳି ଭଳି ଡ଼ଙ୍ଗା ତିଆରି ଯେ ହେଲା

ଖାତା ଆମ ଚିରିକରି

ଡ଼ଙ୍ଗା ନିଜ ଧରି ସ୍କୁଲ ବାରଣ୍ଡାରୁ 

ଦେଲୁ ଯେ ବାହାର କରି 


ବଦଳ ପାଣିରେ ଭସେଇ ଦେଇକି

ଗୀତ ଆମେ ଗାଉଥିଲୁ

ଭାସିଯା ମୋର କାଗଜ ଡ଼ଙ୍ଗା ଯେ 

ସମସ୍ତେ ଯେ କହୁଥିଲୁ 


ଭାସିଯାଆରେ ଡ଼ଙ୍ଗା ଦୂରକୁ ମୋହର

ନଦୀ ଆଡେ ଚାଲିଯିବୁ

ସୁଅକୁ କାଟିକି ଆସ୍ତେ ଆସ୍ତେ କରି

ସମୁଦ୍ରକୁ ତୁହି ଯିବୁ


ପଛପଟୁ ଯେବେ ପାହାର ବସିଲା

ଶିକ୍ଷକଙ୍କୁ ଦେଖୁଥିଲୁ

ପିଠିରେ ଖାଇକି ଶିକ୍ଷକଙ୍କ ମାଡ଼ 

ଡ଼ଙ୍ଗାକୁ ତ ଚାହୁଁଥିଲୁ 


ଆଜି ବି ସେଇ ଦିନ ମୋର ସବୁ

ଆଖି ଆସେ ଚାଲିଆସେ

କାଗଜ ଡ଼ଙ୍ଗାର କଥା ସବୁ ମୋର

ହୃଦୟରେ ଭାସିଆସେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy